କଟକ,୨୩/୧୨: କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଷୋଡଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୪୨ମୌଜା ବେଣ୍ଟକାର ଥାନା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ, ସମ୍ମାନୀତ ଅତିଥି ଆତ୍ମା ସଂଗଠନର ସଭାପତି ଶ୍ରୀଯୁକ୍ତ ରାମ ପ୍ରସାଦ ବିଶ୍ଵାଳ(ପୂର୍ବତନ ଅଧ୍ୟକ୍ଷ ରଘୁନାଥପୁର ବ୍ଲକ), ମୁଖ୍ୟବକ୍ତା ରୂପେ ସିନେ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରକାଶ ଆଚାର୍ଯ୍ୟ ଏବଂ ବରିଷ୍ଠ ସାମ୍ବାଦିକ ସାହିତ୍ୟିକ ତଥା ସମାଜସେବୀ ଚିତ୍ତରଞ୍ଜନ ବେହେରା, ୪୨ମୌଜା ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ ଅନୀଲ ଦାସ, ସମାଜସେବୀ ସୁବାସ ଗୋଛାୟତ ଯୋଗଦେଇ ମା’ ବୀଣାପାଣିଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସାମ୍ବାଦିକ ବିଶ୍ବରଂଜନ ଦାସ, ଚନ୍ଦନ ମହାନ୍ତି, ପଦ୍ମଲୋଚନ ସାହୁଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ଏହାପରେ ଶିଶୁମାନଙ୍କ ଦ୍ୱାରା ମାର୍ଚିଙ୍ଗ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା ଓ ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଶିଶୁମାନଙ୍କ ଶପଥ ପାଠ ପରେ କ୍ରୀଡ଼ା ଆରମ୍ଭ ହୋଇଥିଲା ।ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସ୍ୱଚାରୁ ରୂପେ ପରିଚାଳିତ ହୋଇଥିଲା।
