ବିରିତୋଳ ସେବା ସମବାୟ ସମିତି ସଅଁରାର ମଣ୍ଡି ଉଦ୍‌ଘାଟନ କଲେ, ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ :  ଚଳିତ ବର୍ଷ ୨୦୨୪-୨୫ ଖରିଫ ଧାନ କ୍ରୟ ନିମନ୍ତେ ଜଗତସିଂହପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସହାୟତାରେ ଓ ବିରିତୋଳ ସେବା ସମବାୟ ସମିତି ସଅଁରା ର ସଭାପତି ଅଶ୍ଵିନୀ ଦାସ ଙ୍କ ଅଧ୍ୟକ୍ଷତାରେ ଗତ ସୋମବାର ଦିନ ପୂର୍ବାହ୍ନ ରେ ଧାନମଣ୍ଡି ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ କହିଲେ ଯେ, ବିଗତ ଅଦିନବର୍ଷା ରେ ଆମ ଅଞ୍ଚଳର ଚାଷୀ ଭାଇମାନେ ବହୁପରିମାଣ ରେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ମିଲର ମାନେ ସହୃଦୟତା ର ସହିତ କଟନି ଛଟନି ନକରି ସେମାନଙ୍କର ଉତ୍ପାଦନ ଧାନ ଉଠାଇ ନେବାକୁ ବ୍ୟବସ୍ଥା କରନ୍ତୁ। ସମସ୍ତ ଚାଷୀ ଯେପରି ସୁବିଧାରେ ଧାନ ବିକ୍ରୟ କରି ପାରିବେ, ସେଥିପାଇଁ ପ୍ରଶାସନ ମଧ୍ୟ ସହାୟତା କରିବାକୁ ମଧ୍ୟ ବିଧାୟକ ଆହ୍ଵାନ ଦେଇଥିଲେ। ନିୟନ୍ତ୍ରିତ ବଜାର କମିଟି ର ଅଧିକାରୀ ସୂର୍ଯ୍ୟକାନ୍ତ ଦାସ, ଚାଷୀ ମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ ।

3af162fc F57a 43f5 B259 3bea2e66301e

ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି , ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ଗୋପାଳପୁର ସମିତିସଭ୍ୟା ବିଷ୍ଣୁପ୍ରିୟା ପ୍ରଧାନ , ତିର୍ତ୍ତୋଲ ସମବାୟ ବ୍ୟାଙ୍କର ମ୍ୟାନେଜର ଶୋଭନ୍ ନାୟକ, ଯୋଗାଣ ବିଭାଗ ନୀରିକ୍ଷକ ସ୍ଵୟଂପ୍ରଭା ସ୍ଵାଇଁ, ଓ ପୁର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ, ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ , ସମ୍ପାଦକ ଅସିତ୍ କୁମାର ସାହୁ, ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ କ୍ରୟକମିଟି ର ସଦସ୍ୟ ଅକ୍ଷୟ କୁମାର ମହାନ୍ତି , ତନ୍ମୟ କୁମାର ବଳ , ପ୍ରମୋଦ କୁମାର ତ୍ରିପାଠି , ରମେଶ ଚନ୍ଦ୍ର ବେହେରା , ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମୃଣ୍ମୟ ସ୍ୱାଇଁ ପ୍ରମୁଖ, ଏଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *