କଟକ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଭାବେ ନିଯୁକ୍ତ ହେଲେ ସନ୍ତୋଷ କୁମାର ରାଉତ

କଟକ ରାଜ୍ୟ
Spread the love

କଟକ, ୨/୧ : କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସଂପାଦକ ଭାବେ ସାଲେପୁର ବ୍ଲକ୍ ପୁରୁଣାହାଟ ପଂଚାୟତ କିଶନନଗର ଥାନା ଅନ୍ତର୍ଗତ ସୋଗଲ ଗ୍ରାମର ଯୁବ ରାଜନୀତିଜ୍ଞ,ସଂଗଠକ,ପରିବେଶବିତ୍ ତଥା ବିଶିଷ୍ଟ ସାମାଜିକ କର୍ମୀ ସନ୍ତୋଷ କୁମାର ରାଉତଙ୍କୁ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ଗ୍ରାମୀଣ ବିଜେପି ସଭାପତି ରାମ ନାରାୟଣ ମହାନ୍ତି ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କର ଏହି ନିଯୁକ୍ତି ନେଇ ସନ୍ତୋଷ କୁମାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ବୈଜୟନ୍ତ ପଣ୍ଡା,ସଂଗଠନ ସଂପାଦକ ମାନସ ରଂଜନ ମହାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ ବରେଣ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ସମାଜସେବୀ ସନ୍ତୋଷ କୁମାର ଦଳ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସହ ନିଜ ଅଂଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିହୋଜିତ କରିଛନ୍ତି । ତାଙ୍କ ମାଆ ସ୍ବର୍ଗତା ସଂଯୁକ୍ତା ଦେବୀ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭାବେ କାର୍ଯ୍ୟକରି ଖୁବ୍ ସୁନାମ ଅର୍ଜନ କରିଥିଲେ । ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ଶାଖା ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *