ଭିଜିଲାନ୍ସ ଦ୍ବାରା ଫରେଷ୍ଟର ଗିରଫ

ଅପରାଧ କଳାହାଣ୍ଡି ରାଜ୍ୟ
Spread the love

ଭବାନୀପାଟଣା, ୨/୧ : କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ନିଲମ୍ବିତ ଫରେଷ୍ଟର ଜୟକୁମାର ଜୁଆଡଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଥୁଆମୂଳ ରାମପୁର ବ୍ଲକ୍ ର ତଲଝାପି, ପୋଖରିଗୁଡ଼ା ଆଦି ଜଙ୍ଗଲରେ ଚାରା ରୋପଣ ରେ ହେରଫେର, ଏସଏମସି , ସିଏଲେଣ୍ଡ ଆଦି କାର୍ଯ୍ୟରେ ଶ୍ରୀ ଯୁଆଡ ପ୍ରାୟ ୬୨ ଲକ୍ଷ ଟଙ୍କା ହେରଫେର କରିଥିବା ପୂର୍ବରୁ “ସମାଜ” ରେ ଖବର ପ୍ରକାଶ ପାଇଥିଲା । ସେହି ଘଟଣାର ତଦନ୍ତ କରି ପ୍ରାୟ ୫୫ ଲକ୍ଷରୁ ଅଧିକ ଟଙ୍କା ର ଅନିୟମିତତା ହେଇଥିବା ଭିଜିଲାନ୍ସ ପ୍ରମାଣ ପାଇଲା । ଫଳରେ ଆଜି ତାଙ୍କୁ ଗିରଫ କରାଯାଇ ସ୍ଥାନୀୟ ଭିଜିଲାନ୍ସ ଡିଏସପି ଙ୍କ ଅଫିସ ରେ ରଖାଯାଇଛି ।ଆସନ୍ତାକାଲି ତାଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦ “ସମାଜ” କୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଜୟପାଟଣା ରେଞ୍ଜ ରେ ଏଭଳି ଅନିୟମିତତା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜୟପାଟଣା ରେଞ୍ଜ ଅଫିସ ଏବଂ କର୍ମଚାରୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେହି ମାମଲା ଭିଜିଲାନ୍ସ କୁ ହସ୍ତାନ୍ତର କରିବା ପରେ ଭିଜିଲାନ୍ସ ଦ୍ବାରା ଜୟପାଟଣା ରେଞ୍ଜ ଅଧିକାରୀଙ୍କ ସମେତ ୪ ଫରେଷ୍ଟରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଜୟପାଟଣା ରେଞ୍ଜ ଅନ୍ତର୍ଗତ ଚମ୍ପାଚୁଆଁ ଅଞ୍ଚଳରେ ଚାରା ରୋପଣ, ଏସଏମସି , ସିଏଲେଣ୍ଡ , କାମ୍ପା ଯୋଜନାରେ ବହୁ ଅନିୟମିତତା ହେଇଥିବା “ସମାଜ” ରେ ନିୟମିତ ଖବର ପ୍ରକାଶ ପାଇଥିଲା । ପରେ ସେହି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା । ସମାନ ହେରାଫେରି ଘଟଣା ସଂକ୍ରାନ୍ତରେ “ସମାଜ” ରେ ନିୟମିତ ପ୍ରମାଣ ସହିତ ଖବର ପ୍ରକାଶ ପାଇବା ପରେ ଫରେଷ୍ଟର ଜୟକୁମାର ଜୁଆଡଙ୍କୁ ଡିଏଫଓ ନିଲମ୍ବିତ କରି ଦାୟିତ୍ଵ ସାରିଦେଇଥିଲେ ।ତେବେ ବିଳମ୍ବରେ ହେଲେ ମଧ୍ୟ ଜୟକୁମାରଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ତତ୍କାଳୀନ ରେଞ୍ଜର ଲିଙ୍ଗରାଜ ଭୋଇ ଉଚ୍ଚ ଅଦାଲତରୁ ଆଗୁଆ ଜାମିନ ଆଣି ଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିପାରିନି । ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ଜୟପାଟଣା, ଥୁଆମୂଳ ରାମପୁର ରେଞ୍ଜ ଅଞ୍ଚଲରେ ବ୍ୟାପକ ଦୁର୍ନୀତି ହେଇଛି । ଏଣୁ କେବଳ ଫରେଷ୍ଟରଙ୍କୁ ଗିରଫ କରି ଭିଜିଲାନ୍ସ ଚୁପ୍ ରହିବ ନାଁ ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି

Leave a Reply

Your email address will not be published. Required fields are marked *