ସୁରେଶ ଚନ୍ଦ୍ର ଜେନା ଜିଲ୍ଲା ଉପ ସଭାପତି ଓ ଅଶୋକ ସାହୁ ସାଧାରଣ ସମ୍ପାଦକ ଭାବେ ମନୋନୀତ

କଟକ ରାଜ୍ୟ
Spread the love

କଟକ, ୨/୧ : ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ସୁକାନ୍ତ ବିଶ୍ୱାଳ କଟକ ସହର ଜିଲ୍ଲା କମିଟି ଘୋଷଣା କରିଛନ୍ତି, ଏହି କମିଟିରେ କଟକ ସଦର ବ୍ଲକର ପୂର୍ବତନ ବିଜେପି ସଭାପତି ଓ ବର୍ତମାନ କଟକ ସଦର ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ସୁରେଶ ଚନ୍ଦ୍ର ଜେନାଙ୍କୁ ଜିଲ୍ଲା ଉପସଭାପତି ଓ ଜ଼ିଲ୍ଲା ବିଜେପି ଯୁବ ମୋର୍ଚା କାରିଣୀ ସଦସ୍ୟ ପୂର୍ବତନ ଉରାଳୀ ମଣ୍ଡଳ ଯୁବମୋର୍ଚା ସଭାପତି ବିଧାୟକ ଙ୍କ ଘନିଷ୍ଠ ସହଯୋଗି ଓ ସୁସଂଗଠକ ଅଶୋକ କୁମାର ସାହୁ ଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି, ଶ୍ରୀ ଜେନାଙ୍କୁ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଅଭିନନ୍ଦନ ଜଣାଇବା ସହିତ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଟି ମଣ୍ଡଳର ସଭାପତିଙ୍କ ସମେତ ବହୁ କାର୍ଯ୍ୟକର୍ତା ଅଭିନନ୍ଦନ ଜଣାଇଛନ୍ତି,ଶ୍ରୀ ସୁରେଶ ଚନ୍ଦ୍ର ଜେନା ତାଙ୍କ ଉପରେ ଜିଲ୍ଲା ନେତୃତ୍ୱ,ରାଜ୍ୟ ନେତୃତ୍ୱ ଓ ବିଶେଷ କରି କଟକ ସଦର ବିଧାୟକ ମାନ୍ୟବର ବିଧାୟକ ଇଂପ୍ରକାଶ ଚନ୍ଦ୍ର ସେଠୀ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *