ଆଧୁନିକ ଓଡିଶାର ନିର୍ମାତା ଥିଲେ ଡଃ ହରେକୃଷ୍ଣ ମହତାବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨/୧: ଓଡିଶାର ବିଚକ୍ଷଣ ରାଜନୈତିକ, ଐତିହାସିକ, ସାହିତ୍ୟିକ, ବିଶିଷ୍ଟ ସାମ୍ବାଦିକ ଓ ସର୍ବୋପରି ନବଉତ୍କଳ ର ନିର୍ମାତା ଥିଲେ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ l ତାଙ୍କର ଅଣଚାଳିଶିତମ ଶ୍ରାଦ୍ଧବାର୍ଷିକ ପାଳନ ଉପଲକ୍ଷେ ଆୟୋଜିତ ସଭାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଛନ୍ତି l ଖବର ଅନୁଯାଇ ଗତ ଶୁକ୍ରବାରଦିନ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ଏହି ସଭା, ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ କରାଯାଇଥିବା ବେଳେ ପରିଷଦ ର ସଭାପତି ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଙ୍କ ସମେତ ସମ୍ମାନିତଅତିଥି ଭାବରେ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମ୍ମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗଡଜାତ ମିଶ୍ରଣ, ଭୁବନେଶ୍ୱର ରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡିଶା ଟେସ୍କଟାଇଲ ମିଲ, ଆକାଶବାଣୀ କଟକ କେନ୍ଦ୍ର, ହାଇକୋର୍ଟ ପ୍ରତିଷ୍ଠା ଓ ସର୍ବୋପରି ହୀରାକୁଦ ଡ୍ୟାମ ନିର୍ମାଣ ଆଦି କ୍ଷେତ୍ରରେ ମହତାବ ଜୀ ଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ l ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *