ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, ତିଆରି ହେବ ଦୁଇ ଥାକିଆ ରାସ୍ତା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୧୩/୧୧: ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ କରାଯିବ। କଳ୍ପନା, ଖଣ୍ଡଗିରି, ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ।ରାଜଧାନୀରେ ଏଲିଭେଟେଡ କରିଡର ଲାଗି ପୂର୍ତ୍ତ ବିଭାଗ ଯୋଜନା ପ୍ରସ୍ତୁତ କରି ଏହି ପ୍ରକଳ୍ପ ଆରମ୍ଭ କରିବ। ଟ୍ରାଫିକ ସମସ୍ୟା ଦୂର ପାର୍ଇ ୨୦ଟି ନୂଆ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଥିବାବେଳେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଏହାର ସମୀକ୍ଷା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *