୮ ଲକ୍ଷ ଆତ୍ମସାତ: ପୂର୍ବତନ ପାକ୍ସ ସମ୍ପାଦକ ଗିରଫ

ଅପରାଧ ଜିଲା ଖବର ବଲାଙ୍ଗୀର ରାଜ୍ୟ
Spread the love

ବଲାଙ୍ଗୀର, ୧୩/୧୧: ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ବଲାଙ୍ଗୀର ଜିଲା ପଣ୍ଡାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ପୂର୍ବତନ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ କୁଶଧ୍ବଜ ସାହୁ। ସମବାୟ ସମିତିର ପ୍ରାୟ ୮ଲକ୍ଷ ୩୪ ହଜାର ୪୮୯ ଟଙ୍କାକୁ କୁଶଧ୍ବଜ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରାଯାଇ ତାଙ୍କୁ ଗିରଫ କରାଯାଇଛି।ଏ ନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। କୁଶଧ୍ବଜଙ୍କୁ ଗିରଫ କରାଯିବା ପରେ ବଲାଙ୍ଗିର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।

Leave a Reply

Your email address will not be published. Required fields are marked *