କଟକ : ପବିତ୍ର ସୁନିଆଁ ତଥା ବାମନ ଜୟନ୍ତୀ ଅବସରରେ କଟକ ସଦର ୪୨ ମୌଜା ଅନ୍ତର୍ଗତ ବରାଳ ଗ୍ରାମର ‘ନାରାୟଣୀ କାଳୀ ପୂଜା କମିଟି’ ଆନୁକୂଲ୍ୟରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ନିମନ୍ତେ ଶୁଭ ମାଟି ଅନୁକୂଳ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି।

ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଣ୍ୟତୋୟା କାଠଯୋଡ଼ି ନଦୀରୁ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଶୁଭ ମାଟି ଅନୁକୂଳ କରାଯାଇଥିଲା। ଏହାପରେ ଗ୍ରାମ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂକୀର୍ତ୍ତନ ଏବଂ ଏକ ଭବ୍ୟ ଶୋଭାଯାତ୍ରା ସହକାରେ ଉକ୍ତ ପବିତ୍ର ମାଟିକୁ ମା’ଙ୍କ ପୂଜା ମଣ୍ଡପକୁ ଅଣାଯାଇଥିଲା। କମିଟି ତରଫରୁ ପଣ୍ଡିତ ବାପି ନନା ଏହି ଭୂମି ପୂଜା ବିଧି ସମ୍ପାଦନ କରିଥିବା ବେଳେ ଶ୍ରୀଗୋପାଳ ବେଉରା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।
କମିଟିର ସଭାପତି ବିଶ୍ୱରଞ୍ଜନ ବେଉରା, ସମ୍ପାଦକ ଲକ୍ଷ୍ମୀଧର ବେଉରା, ଆନନ୍ଦ ବେଉରା, ଭାସ୍କର ବେଉରା, ସୁଧାଂଶୁ ବେଉରା, ଅରକ୍ଷିତ ଜେନା, ଜ୍ଞାନରଞ୍ଜନ ଜେନା, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ ଲେଙ୍କା, ସୁକୁଟା ସାହୁ, ଦୁଲା ଭୋଇ ଓ ରାଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସୁବାଷ ଚନ୍ଦ୍ର ସାହୁ ସମଗ୍ର ପୂଜା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ।
