କନକପୁର ପୋଲିସଫାଣ୍ଡି, ଥାନାରେ ପରିଣତ ହେବ କେବେ ?

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର ପୋଲିସ ଫାଣ୍ଡି ବିଗତ 2002 ଅଗଷ୍ଟ ଏକତାରିଖରେ ଉଦଘାଟିତ ହୋଇଥିବା ବେଳେ ସେଇ ଏକାଦିନରେ ମାହାଙ୍ଗା ଭଦ୍ରେଶ୍ୱର ପୋଲିସଫାଣ୍ଡି ମଧ୍ୟ ଉଦଘାଟନ କରାଯାଇଥିଲା l ଲୋକସଂଖ୍ୟା, ତଥା ଆଠଗୋଟି ପଞ୍ଚାୟତ ର ବିସ୍ତୃତ ପରିସର ସହିତ, ଏହି ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠକୁ ପ୍ରତିଦିନ ସହସ୍ରାଧିକ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଆସିଥାନ୍ତି l ତେଣୁ ଏହି ଫାଣ୍ଡି କୁ ଏକ ଆଦର୍ଶଥାନାରେ ପରିଣତ କରିବାପାଇଁ ଦୀର୍ଘ ବର୍ଷବର୍ଷ ଧରି ଆଞ୍ଚଳିକ ଅଧିବାସୀମାନେ ଦାଵୀକରି ଆସୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ l

ଯାହା ଫଳରେ ଏହି ଫାଣ୍ଡି ଅଧୀନରେ ଥିବା କେତେକ ଉତ୍ତେଜନା ପ୍ରବଣ ଅଞ୍ଚଳରେ ଆଇନିଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି l ଏକ ସମୟରେ ପ୍ରତିଷ୍ଠା ହୋଇଥିବା ମାହାଙ୍ଗା ଭଦ୍ରେଶ୍ୱର ପୋଲିସଫାଣ୍ଡି ଗତ ଜାନୁଆରୀ ନଅତାରିଖ 2023 ମସିହାରେ ଥାନାରେ ପରିଣତ ହୋଇସାରିଥିବା ବେଳେ, ଦୀର୍ଘ ଚାରିବର୍ଷ ଅତିକ୍ରାନ୍ତ ହେବାପରେ ମଧ୍ୟ ଆଜିପଯ୍ୟନ୍ତ କନକପୁର ପୋଲିସ ଫାଣ୍ଡି କୁ ଥାନାରେ ପରିଣତ କରିବା କ୍ଷେତ୍ରରେ ରାଜ୍ୟପୋଲିସ ବିଭାଗ ତଥା ରାଜ୍ୟସରକାର ଙ୍କର ଉଦାସୀନତା ଓ ପାତରଅନ୍ତର ନୀତି କୁ ସ୍ଥାନୀୟଅଞ୍ଚଳ ର ଅଧିବାସୀ ମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି l ତେଣୁ ଯେତେଶୀଘ୍ର ରାଜ୍ୟସରକାର ଙ୍କ ପୋଲିସବିଭାଗ ଏହାର ଯଥାର୍ଥ ସ୍ଥିତି ଅନୁଧ୍ୟାନ କରି, କନକପୁର ପୋଲିସ ଫାଣ୍ଡି କୁ ଏକ ଆଦର୍ଶଥାନା ରେ ପରିଣତ କରିବାପାଇଁ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାନିମନ୍ତେ ସାଧାରଣରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *