ମାହାଙ୍ଗା : କୁହୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ୱାର୍ଡ ସଭ୍ୟ, ସଫଳ ବ୍ୟବସାୟୀ, ଧର୍ମପ୍ରାଣ ପୁରୁଷ ରାମଚନ୍ଦ୍ର ସାହୁଙ୍କ ଦ୍ଵାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାମାଜିକକର୍ମୀ ତଥା ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
କୋଠପଦା ହେମଲତା ମଣ୍ଡପରେ ଆୟୋଜିତ ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ସାହୁଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ l
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ କୁମାର କର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ପ୍ରାକ୍ତନ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ସାହୁ,ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ଭାବଗ୍ରାହୀ ରାଉତ, କବି କୁଳମଣି ସାହୁ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ସମ୍ମାନିତ ବକ୍ତାଭାବେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ଅର୍ଜ୍ଜୁନି ବେହାରୀ, ଶିକ୍ଷକ ହୃଷିକେଶ ବେହେରା,ସଂଗଠକ କିଶୋର ରାଉତ,ଅସିତ ସାମଲ, ସୁରେଶ ବଳ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ମାନବବାଦୀ ଚିନ୍ତାଧାରା ଓ ପରୋପକାରୀ ସ୍ଵଭାଵ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ମତ ପୋଷଣ, ଅମୃତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ l
ଏହି ସ୍ମୁତି ଉତ୍ସବକୁ ଗଣେଶ ବିହାରୀ, ରଞ୍ଜନ କୁମାର ସାହୁ,ଜଗନ୍ନାଥ ନାୟକ,ପ୍ରିୟରଞ୍ଜନ ଦାସ, ରଂଜିତ ଦାସ,ଯୋଗେନ୍ଦ୍ର ସାହୁ, ପ୍ରମୁଖ ପରିଚାଳନା କରିଥିଲେ l
