ରାଜ୍ୟ ଖବର

୨ ଲକ୍ଷ ଟଙ୍କାର କଫସିରପ୍ ଜବତ ;୫ ଗିରଫ

ବଲାଙ୍ଗିର: ବଲାଙ୍ଗିର ସହର ଟିଟିଲାଗଡ଼ ରାସ୍ତା ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ ବଲାଙ୍ଗିର ଟାଉନ ପୁଲିସ ଏକ ନେକ୍ସନ କାର ସହ ବିପୁଳ ପରିମାଣ କଫସିରପ୍ ଜବତ କରିଛି । ବେଆଇନ ଭାବେ କଫସିରପ୍ ଚାଲାଣ କରୁଥିବା ଅଭିଯୋଗରେ କଫସିରପ ଚାଲାଣ ରାକେଟର କିଙ୍ଗପିନ୍ ବିଦ୍ୟାଧର ସାହୁଙ୍କ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ବଲାଙ୍ଗିର ତାଲପାଲିପଡ଼ାର ବିଦ୍ୟାଧର ସାହୁ (୨୦), ବରପାଲିପଡ଼ାର ଅଙ୍କିତ ପଟେଲ (୧୯), ବିଜେଶ ଜେନା (୧୯), […]

ଦେଶବିଦେଶ

ଚଳିତ ଶିକ୍ଷାବର୍ଷରୁ ବୈଷୟିକ ଓ ମେଡିକାଲ ପାଠପଢ଼ାରେ ଏସସି-ଏସଟିଙ୍କୁ ଦ୍ୱିଗୁଣ ଓ ଏସଇବିସିଙ୍କୁ ମିଳିବ ୧୧.୨୫% ସଂରକ୍ଷଣ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ଦୀର୍ଘବର୍ଷର ତର୍କବିତର୍କ ଓ ଛକାପଞ୍ଝା ପରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବୃତ୍ତିଗତ ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବର୍ଦ୍ଧିତ ସଂରକ୍ଷଣ ହାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପ୍ରଥମଥର ପାଇଁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ସୁବିଧା ସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣ ହାର ମଧ୍ୟ ବୃଦ୍ଧି ପାଇଛି। ଆଜି(ଜୁନ୍ ୨) ବିଧିବଦ୍ଧ ଭାବେ ଅନୁସୂଚିତ ଜାତି,ଜନଜାତି ଓ […]