‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟ
Spread the love

ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ବିକାଶ କରାଯିବ ; ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଞ୍ଚସଖା ଯେପରି ସତ୍ୟବାଦୀଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ସେଠାରେ ପିଲାମାନଙ୍କୁ ଯେପରି ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା,‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଗୁଡିକ ମଧ୍ୟ ସେହିପରି ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି ବୋଲି ଏହି ଅବସରରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ଜାନୁଆରୀ ମାସରେ ବାଣପୁର ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ୨୨୦୦ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟର ଏହି ୨୨୦୦ ବିଦ୍ୟାଳୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାଣପୁରରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଆଜି ଖୋର୍ଦ୍ଧାରେ ଆଉ ୨୦୪ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାଦ୍ୱାରା ରାଜ୍ୟରେ ବର୍ତ୍ତମାନ ୩୨୨ଟି ଆଦର୍ଶ ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *