ଏରସମା : ବରିଷ୍ଠ ନାଗରିକ ଙ୍କ ସ୍ୱାର୍ଥ ଓ ସୁରକ୍ଷା କୁ ଦୃଷ୍ଟି ରେ ରଖି ଯେତେ ଆଇନ ପ୍ରଣୟନ କରାଗଲେ ମଧ୍ୟ ଦିନକୁ ଦିନ ସେମାନଙ୍କ ପ୍ରତି ପୁଅ ବୋହୁ ଙ୍କ ନିର୍ଯ୍ୟାତନା ବଢିବାକୁ ଲାଗିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଂଚାୟତ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ପାତ୍ରଙ୍କ ନିକଟରେ । ଆଜିକୁ ଦୀର୍ଘଦୀନ ହେଲା ପିଲା ମାନଙ୍କ ଦ୍ଵାରା ଅବହେଳିତ ଓ ନିର୍ଯ୍ୟାତିତ ହୋଇ ନ୍ୟାୟ ପାଇଁ ଉପଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ସହୃଦୟ ଉପଜିଲ୍ଲାପାଳ ଘଟଣାଟିକୁ ବିଚାର ବିମର୍ସ କରି କୁଜଙ୍ଗ ଥାନା ମାଧ୍ୟମରେ ସମାଧାନ କରି ଗୋପୀନାଥ ପାତ୍ର ଙ୍କୁ ନିଜ ଘରେ ଛାଡିବା ପାଇଁ ପରାମର୍ଶ ଦେଇଥିଲେ।
କୁଜଙ୍ଗ ଥାନା ଏବଂ ବ୍ୟାସ ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଗୋପୀନାଥ ପାତ୍ର ଙ୍କୁ ନିଜ ପରିବାର ରେ ଛଡ଼ାଯାଇଥିଲା କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ମାସେ କିମ୍ବା ଦୁଇ ମାସ ପରେ ପୂର୍ବ ଭଳି ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ଖାଇବାକୁ ନ ଦେବା, ଚିକିତ୍ସା ପାଇଁ ଡାକ୍ତର ଙ୍କୁ ନ ଦେଖେଇବା ପରିବର୍ତ୍ତେ ତାଙ୍କୁ ମାରଧର କରିବା ଭଳି ଘଟଣା ଘାଟଉଥିଲେ। ଶେଷରେ ଏଭଳି ଜୀବନ ବଂଚିବା ଅପେକ୍ଷା ଗୋପୀନାଥ ପାତ୍ର ଅନ୍ତିମ ଜୀବନ ବୃଦ୍ଧାଶ୍ରମ ରେ କାଟିବେ ବୋଲି ନିଷ୍ପତି ନେଇଥିଲେ ।
ପରବର୍ତ୍ତୀ ସମୟ ରେ ସେ ବ୍ୟାସ ଫାଉଣ୍ଡେସନ ର କର୍ମକର୍ତ୍ତା ଙ୍କ ସହ ଯୋଗାଯୋଗ କରି ତାଙ୍କୁ ବୃଦ୍ଧାଶ୍ରମରେ ଛାଡିବା ପାଇଁ ଅନୁରୋଧ କରିଥିଲେ । ଆଜି ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଉପସଭାପତି ରଶ୍ମିତା ନାୟକ, ଆଇନ ପରାମର୍ଶ ଦାତା ହୃଷିକେଶ ନନ୍ଦ, ସଭ୍ୟ ସଂଗ୍ରାମ ନାୟକ, ବିପିନି ମାଝୀ ପ୍ରମୁଖ ପହଂଚି କୁଜଙ୍ଗ ଥାନା ଅଧିକାରୀ ଙ୍କ ସହ ସବିଶେଷ ଆଲୋଚନା କଲା ପରେ ଗୋପୀନାଥ ପାତ୍ର ଙ୍କ ଲିଖିତ ଦରଖାସ୍ତ ଦେଇ ଅନ୍ତିମ ଜୀବନ ଶାନ୍ତି ରେ କଟାଇବା ପାଇଁ ମୋ ଘର ବୃଦ୍ଧା ଶ୍ରମରେ ଅବସ୍ଥାପିତ କରାଇଛନ୍ତି।
କିନ୍ତୁ ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଅତ୍ୟନ୍ତ ଦୁଃଖ ଓ କ୍ଷୋଭ ର ସହ ପ୍ରଶାସନ କୁ ଅନୁରୋଧ କରିଛନ୍ତି କି ୨୦୦୭ମସିହା ରେ ସୁପ୍ରିମ କୋର୍ଟ ଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରଣୟନ ହୋଇଥିବା ଆଇନ ଯାହା ବାପା ମା ଙ୍କୁ ହତାଦର କରୁଥିବା ପିଲାମାନଙ୍କୁ ସମ୍ପତିରୁ ବଞ୍ଚିତ କରାଯିବ।ତାହା କାଗଜକଲମ ରେ ନ ରହି ଗୋଟେ ଦୁଇଟା କ୍ଷେତ୍ରରେ କାର୍ଯ୍ୟକାରୀ କରାଗଲେ ଯେଉଁ ଆବାଟୁଆ ପୁଅବୋହୁ ମାନେ ବାପା ମା ମାନଙ୍କୁ ବର୍ଜ୍ୟ ବସ୍ତୁ ଭଳି ବ୍ୟବହାର କରୁଛନ୍ତି। ସେମାନେ ଠିକ ବାଟକୁ ଆସିବେ ବୋଲି ଶ୍ରୀମତୀ ଆଚାର୍ଯ୍ୟ ଆଶାପୋଷଣ କରିଛନ୍ତି।