କଟକ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ସମାଜ ସଂସ୍କାରକ, ଶିକ୍ଷାବିତ, ସାହିତ୍ୟିକ ଏବଂ ଐତିହାସିକ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ୧୭୬ ତମ ଜୟନ୍ତୀ ରେଭେନ୍ସା କଲିଜିଏଟ ସ୍କୁଲ ଅଡିଟରୀୟମରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଂଘମିତ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଜାତିପାଇଁ କ୍ରାନ୍ତିଦ୍ରଷ୍ଟା ପୁରୁଷ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ତ୍ୟାଗ, ସେବା ଓ ସଂଘର୍ଷମୟ ଜୀବନ ଦର୍ଶନ ଆଜିର ଯୁବ ସମାଜ ପାଇଁ ଧେୟ ହେବାକୁ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନୀଜୀବୀ ତଥା ସୁସାହିତ୍ୟିକ ଗୋକୁଳାନନ୍ଦ ପଟ୍ଟନାୟକ ଯୋଗଦେଇ ପ୍ୟାରୀମୋହନଙ୍କ ଜୀବନର ବହୁ ଅନାଲୋଚିତ ଦିଗ ଉପରେ ଆଲୋଚନା କରିଥିଲେ l ଉତ୍ସବରେ ବିଶିଷ୍ଟ ଅତିଥିଭାବେ ଅଧ୍ୟାପକ ଡକ୍ଟର ଅନୁପ ମାର୍ଥା, ସମ୍ମାନିତ ଅତୀତଭାବେ ପ୍ରଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ,ସମ୍ମାନିତ ବକ୍ତାଭାବେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଯୋଗଦେଇଥିଲେ l


ଏହି ସାରସ୍ୱତ ଉତ୍ସବରେ ଶିକ୍ଷୟିତ୍ରୀ ଡକ୍ଟର ପୁଷ୍ପାଞ୍ଜଳି ବେହେରା ସ୍ୱାଗତ ଭାଷଣ ଏବଂ ଯୁବ ପ୍ରବକ୍ତା ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ l ସାହିତ୍ୟିକ ଅରୁଣ କୁମାର ଅଗ୍ରୱାଲ କବିତା ପାଠ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ମଧୁସ୍ମିତା ମହାନ୍ତି l ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ରାଜ୍ୟ ସଂଗୀତ ବନ୍ଦେ ଉତ୍କକ ଜନନୀ ଗାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସର୍ବଶ୍ରୀ ଦିଲ୍ଲୀପ କୁମାର ଜେନା, ଜ୍ଞାନ ରଞ୍ଜନ ଧଳ, ସନ୍ତୋଷ କୁମାର ସ୍ୱାଇଁ,ମାନସ ରଞ୍ଜନ ବେହେରା,ଶିକ୍ଷୟିତ୍ରୀ କଳ୍ପନା ବ୍ରହ୍ମା,ସାହିତ୍ୟ ସଂଗଠକ ରଣଜିତ ସାହୁ, ଶିକ୍ଷୟିତ୍ରୀ ସଂଯୁକ୍ତା ଶତପଥୀ,ପ୍ରଣବ ବେହେରା, ନିକିତା ପ୍ରଧାନ,ଜ୍ୟୋତିର୍ମୟୀ ଷଢଙ୍ଗୀ, ଅନୁରାଧା ଗମାଙ୍ଗ, ଅଙ୍କିତା ସାହୁ ,ରୁକ୍ମଣୀ ସାମଲ, ବର୍ଷା ଦାସ,ବିନୋଦିତା ଦାସ,ସ୍ୱାଗତ ଜେନା, ସତ୍ୟପ୍ରକାଶ ସ୍ୱାଇଁ,ପ୍ରମୁଖ ପରିଚାଳନା କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ l
