ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୧୩/୧୦: ରାଜଧାନୀ ଭୁବନେଶ୍ୱରରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଷିକ ଅବସ୍ତାରୁ ଜାଣିବାକୁ ମିଳିଛି। ରାଜଧାନୀର ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ସଂପୃକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।ତେବେ ସ୍ଥାନୀୟ ଲୋକଙ୍କୁ ପୁଲିସର ପଚରାଉଚରା ପରେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଜଣାପଡିଛି । ଯୁବକଙ୍କ ମୁଣ୍ଡକୁ ପଥରରେ ଅତି ଅମାନୁଷିକ ଭାବେ ଛେଚି କିଏ ଓ କାହିଁକି ହତ୍ୟା କଲା ତାହାର ଖୋଳତାଡ କରୁଛି ପୁଲିସ ।

Leave a Reply

Your email address will not be published. Required fields are marked *