ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ପରଲୋକରେ, ଝଙ୍କଡ଼ ସାହିତ୍ୟ ସଂସଦର ଶୋକ

ରାଜ୍ୟ
Spread the love

ଝଙ୍କଡ଼  :  ଓଡିଶାର ଖ୍ୟାତନାମା ପାଲାଗାୟକ, ଗାୟକଶେଖର ଜଗନ୍ନାଥ ବେହେରା ଙ୍କର ଏକଶହ ଛଅ ବର୍ଷବୟସ ରେ ପରଲୋକ ରେ ସାରାରାଜ୍ୟବାସୀ ସବୁଦିନପାଇଁ ଜଣେ ଅପ୍ରତିଦ୍ବନ୍ଦି ବିଶିଷ୍ଟ ପାଲାଗାୟକ ଙ୍କୁ ହରାଇ ଥିବାବେଳେ ତାଙ୍କର ଜନ୍ମସ୍ଥାନ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଏରସମା, କଟିଜଙ୍ଗା ରେ ତାଙ୍କ ଅନ୍ତିମଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ, ବହୁ ପାଲାକଳାକାର, ସାରସ୍ୱତସାଧକ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସେଠାରେ ଉପସ୍ଥିତ ହୋଇଥିବାବେଳେ, ଝଙ୍କଡ଼ ସାହିତ୍ୟ ସଂସଦ, ତିର୍ତ୍ତୋଲ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରତିଷ୍ଠାତା ସମ୍ପାଦକ ଗୋଲକବିହାରୀ ପଲାଇ, ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତିସଂସଦ ର ସମ୍ପାଦକ ହେମନ୍ତ କୁମାର ରଥ ଓ ଝଙ୍କଡ଼ ମହୋତ୍ସବ କମିଟି ର କାର୍ଯ୍ୟକାରୀ ସଭାପତି ରମାକାନ୍ତ ରାଉଳ ପ୍ରମ୍ମୁଖ ତାଙ୍କର ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ l

ଦୀର୍ଘ ନଅଦଶନ୍ଧି ଧରି ସେ ରାଜ୍ୟ ତଥା ପଡୋଶୀରାଜ୍ୟ ମାନଙ୍କରେ ପାଲା ପରିବେଷଣ କରି, ପାଲାଜଗତର ମଉଡମଣୀ ଭାବେ ପ୍ରସିଦ୍ଧି ଲାଭକରିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇ ଜିଲ୍ଲାକୁ ଗୌରବାନ୍ୟୁତ କରିଥିବାରୁ ସମଗ୍ରଜିଲ୍ଲା ରେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି l

Leave a Reply

Your email address will not be published. Required fields are marked *