Accident 4

ସଡ଼କ ଦୁର୍ଘଟଣା ରୋକିବାକୁ ବଡ଼ ଯୋଜନା: ଏକ୍ସପ୍ରେସୱେରେ ପରସ୍ପର ସହ କଥା ହେବେ କାର୍

ନୂଆଦିଲ୍ଲୀ: ଦେଶରେ ଏକ୍ସପ୍ରେସୱେ ବିସ୍ତାର ହେବା ସହିତ ଦୁର୍ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟୁଛି। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ, କେନ୍ଦ୍ର ସରକାର ଭେହିକିଲ୍ ଟୁ ଏଭ୍ରିଥିଙ୍ଗ୍( ଭି-୨ଏକ୍ସ)ନାମକ ଏକ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହା ଅନ୍ତର୍ଗତ ରାଜପଥରେ ଯାତ୍ରା କରୁଥିବା ଯାନଗୁଡ଼ିକ ୱେରଲେସ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପରସ୍ପର ସହିତ ସମ୍ପର୍କରେ ରହିବେ। ଦେଶର ସବୁଠାରୁ ଦୀର୍ଘ ରାଜପଥ ଦିଲ୍ଲୀ-ମୁମ୍ବାଇ […]

ସଂପୂର୍ଣ୍ଣ ପଢନ୍ତୁ

ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାରିତ, ୨୧ ଫେବ୍ରୁଆରିରୁ ମିଳିବ ନୂତନ ସୁବିଧା

ସୁନ୍ଦରଗଡ଼ : ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍‌କୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ। ଏହି ନୂତନ ବ୍ୟବସ୍ଥା ୨୧ ଫେବ୍ରୁଆରିରୁ କାର୍ଯ୍ୟକାରୀ ହେବ। ଏହି ବିସ୍ତାରର ସିଦ୍ଧାନ୍ତ ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ ଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ
Manmohan Samal 750x430

ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି

ଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ […]

ସଂପୂର୍ଣ୍ଣ ପଢନ୍ତୁ

‘ଇନ୍‌ପୁଟ ସବ୍‌ସିଡି’ କଳି : ବିଜେଡି କହିଲା- ୬୯ ଟଙ୍କାରୁ ବଞ୍ଚିତ ଚାଷୀ, ବିରୋଧୀ କେବଳ ରାଜନୀତି କରୁଛନ୍ତି କହିଲେ ବାବୁ ସିଂ

ଭୁବନେଶ୍ବର ୧୮।୨: ଇନପୁଟ ସହାୟତାକୁ ନେଇ ମୁହାଁମୁହିଁ ସରକାର ଓ ବିରୋଧୀ । ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ୮ ଶହ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ସରକାର । ଘୋଷଣା କରିଥିଲେ ୮ ଶହ ଟଙ୍କା ଇନ୍ପୁଟ ସହାୟତା ରାଶି ଦେବେ । କିନ୍ତୁ ୭୩୧ ଟଙ୍କା ଦେଉଛନ୍ତି । କାହିଁକି ଚାଷୀଙ୍କୁ ୬୯ ଟଙ୍କାରୁ […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ଗୁଳିକାଣ୍ଡ: ଯୁବକଙ୍କ ମୃତ୍ୟୁରେ ସହରରେ ଚାଞ୍ଚଲ୍ୟ

କଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି ଘଟଣା ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।  ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା, ଓରଫ ରିଙ୍କୁ  । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ତୁରନ୍ତ ଶ୍ରୀରାମ ଚନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’

କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ ପରିଶ୍ରମରେ ଦଳ ଭିତରର କୁଚକ୍ରୀ ଗୋଷ୍ଠୀ ପାଣି ପକାଇ ଦେଲେ। ସେଥିପାଇଁ ମାତ୍ର ୧୩ ହଜାର ୮୦୦ ଭୋଟରେ ଜିତିଲି। ସା˚ସଦ ପ୍ରାର୍ଥୀ ଅ˚ଶୁମାନ ମହାନ୍ତିଙ୍କୁ ଆଉ କେହି ନୁହେଁ, ଦଳ ହରାଇଦେଲା।’ ଦୁହୁରିଆସ୍ଥିତ ବାସଭବନରେ ଆଜି ଅପରାହ୍ଣରେ ଡେରାବିଶ ବ୍ଲକ୍‌ସ୍ତରୀୟ କର୍ମୀ ସମ୍ମିଳନୀରେ ଏଭଳି […]

ସଂପୂର୍ଣ୍ଣ ପଢନ୍ତୁ

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ

ଭୁବନେଶ୍ବର : ବିଜେଡିରୁ ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ। ମୁଁ ନବୀନ କି ପାଣ୍ତିଆନ ବିରୋଧରେ କିଛି କହିନାହିଁ। କାହିଁକି ସେମାନଙ୍କର ରାଗ ମୋ ପ୍ରତି  ତାହା ମୁଁ ଜାଣିନାହିଁ। ଜିଲାର ବିକାଶ କଥା କହିଥିବାରୁ ମୋତେ  ନିଲମ୍ବନ  କରିଛନ୍ତି।ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ ନାହିଁ । ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି। ଲୋକଙ୍କ ପାଇଁ କାମ କରିବି। ମୁଖ୍ୟମନ୍ତ୍ରୀ ହେଲେ ମୋ ସାନ ଭାଇ ବୋଲି ସନାତନ […]

ସଂପୂର୍ଣ୍ଣ ପଢନ୍ତୁ

ମହାଶିବରାତ୍ରିରେ ଶୈବପୀଠରେ ଭକ୍ତଙ୍କୁ ଅସୁବିଧା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେଡି ମୁଖପାତ୍ର

ଭୁବନେଶ୍ବର: ମହାଶିବରାତ୍ରିରେ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି। ସୋମବାର ବିଜେଡି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ମୁଖପାତ୍ର କହିଛନ୍ତି ‘‘ଚଳିତ ବର୍ଷ ଶିବରାତ୍ରିରେ ଭକ୍ତ ନିରାଶ ହୋଇଛନ୍ତି । କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ବହୁ ଶୈବ ପୀଠରୁ ବହୁ ଅସୁବିଧା ଖବର ଆସିଛି । କେଉଁଠି ସେବାୟତ ସମସ୍ୟା ତ କେଉଁଠି ଭକ୍ତଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଏକୁଟିଆ ପାଇ କୁନି ପିଲାଟିକୁ ଟେକି ନେଉଥିଲା ଚୋର !

ବାରିପଦା: ମାତିଛି ଛୁଆ ଚୋରି ରାକେଟ୍ । ଦିନ ଆଲୁଅରେ  ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନେଇଛି ଚୋର। ଏମିତି ଏକ ଛୁଆ ଚୋରିର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଏମିତି ଏକ  ଘଟଣା ଘଟିଛି ବାରିପଦା ସହରର ଭଞ୍ଜପୁର ବଜାର ଉପରେ। ରବିବାର ଦିନ ୧.୩୦ ପାଖାପାଖି । ବାରିପଦା ୨ନମ୍ବର […]

ସଂପୂର୍ଣ୍ଣ ପଢନ୍ତୁ