୧୯ ଅକ୍ଟୋବର ୨୦୨୫ ରିଖ ରବିବାର କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରେ ଧନତେରସ ପଡୁଅଛି । ଯେହେତୁ ୧୮ ଅକ୍ଟୋବର ୨୦୨୫ ରିଖ ଶନିବାର ଦିବା ୧୨|୨୦ ରୁ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି ଏଣୁ ୧୮ ଓ ୨୦ ଅକ୍ଟୋବର ଉଭୟଦିନ ଜିନିଷ କ୍ରୟ କରିପାରିବେ ।* ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଏହିଦିନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ।ଏହି ଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି।ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ ଏହି ଦିନ ଯମଙ୍କୁ ପୂଜା କରାଯାଇଥାଏ ।
ll ଲକ୍ଷ୍ମୀ ପୂଜା ଧନତେରସ ସମୟର ପ୍ରଦୋଷ ସମୟରେ କରାଯାଇଥାଏ ଏଣୁ ଧନତେରସ ପୂଜା ପାଇଁ ଶୁଭ ସମୟ ll
*୧୯ ତାରିଖ ରାତ୍ର ଘ ୭|୪୩ ମି ଠାରୁ ୯|୧୯ ମି*
ll ନୂତନ ଜିନିଷ କ୍ରୟ ପାଈଁ ଶୁଭ ସମୟ ll
୧୮ ତାରିଖ ଦିବା ଘ ୧୨|୨୦ ମି ଠାରୁ ଘ ୩|୨୧ ମି ମଧ୍ୟରେ
୧୮ ତାରିଖ ଦିବା ଘ ୪|୯ ମି ଠାରୁ ଘ ୫|୨୧ ମି ମଧ୍ୟରେ
୧୯ ତାରିଖ ଦିବା ଘ ୬|୩୩ ମି ଠାରୁ ଘ ୮|୫୭ ମି ମଧ୍ୟରେ
ଦିବା ଘ ୧୨|୯ ମି ଠାରୁ ଘ ୩|୨୧ ମି ମଧ୍ୟରେ
ଦିବା ଘ ୪|୯ ମି ଠାରୁ ଘ ୪|୫୬ ମି ମଧ୍ୟରେ
ରାତ୍ର ଘ ୭|୪୩ ମି ଠାରୁ ୯|୧୯ ମି ମଧ୍ୟରେ
ll ନୂତନ ସାମଗ୍ରି ll
ll ଲୁଣ ll – ଗୋଟିଏ ଲୁଣ ପକେଟ ଧନତେରସ ଦିନ ଘରକୁ ଆଣିବେ ତା ହେଲେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।
ll ହଳଦୀ ll – ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ଆପଣଙ୍କର ବହୁତ ଶୁଭ ହୋଇଥାଏ ଓ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ ।ll ଗୋମତୀ ଚକ୍ର ll – ଧନତେରସ ଦିନ ଏହାକୁ ଘରକୁ ଆଣିବେ ତାହେଲେ ଆପଣଙ୍କ ଧନ ଧାନ୍ୟରେ ବୃଦ୍ଧି ଘଟିବ ।
ll ଶ୍ରୀ ଜନ୍ତ୍ର ଓ କୁବେର ଜନ୍ତ୍ର ll -ଧନତେରସ ଦିନ ଶ୍ରୀ ଯନ୍ତ୍ର ଓ କୁବେର ଯନ୍ତ୍ର ଘରକୁ ଆଣିବେ ତେବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।
ll ରୂପାରେ ତିଆରି ମା ଲକ୍ଷ୍ମୀ ବା ଗଣେଶ ଭଗବାନଙ୍କ ମୂର୍ତ୍ତି
ll -ଧନତେରସ ଦିନ ବିଧି ବିଧାନତରେ ପୂଜା କରିବା ପରେ ରୂପାରେ ତିଆରି ମା ଲକ୍ଷ୍ମୀ ଓ ଗଣେଶ ଭଗବାନଙ୍କ ମୁର୍ତି ଘରେ ସ୍ଥାପିତ କରନ୍ତୁ । ଏହା କରିବା ଦ୍ଵାରା ଘରେ କେବେ ବି ଧନର ଅଭାବ ହୋଇ ନଥାଏ ।
ll କଉଡିll – ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଏହାକୁ ପୂଜା ଘରେ କିମ୍ବା ସିନ୍ଧୁକରେ ସ୍ଥାପନା କରିଦେବେ ତେବେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ l
ll ମୋତି ଶଙ୍ଖ ll -ଦୀପାବଳି କିମ୍ବା ଧନତେରସ ଦିନ ଏହାକୁ ଆପଣ ପୂଜା ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ ।
ll ତମ୍ବାର ପାତ୍ର ll – ଧନତେରସ ଦିନ ଆପଣ କିଛି ତମ୍ବାର ପାତ୍ର କଣି ଘରକୁ ଆଣିଲେ ଧନ ବୃଦ୍ଧି ହେବ lll ସୁନାରେ ତିଆରି ଆଭୂଷଣ ll – ଧନତେରସ ଦିନ ସୁନା ନିଜ ଘରକୁ ଆଣୁଛନ୍ତି ତେବେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହେବ l
ll ଝାଡୁ ll – ଧନତେରସ ଦିନ ଝାଡୁ କିଣିଲେ ଗରିବୀ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିବା ଉଚିତ ସୁଖ ସମୃଦ୍ଧି ପ୍ରାପ୍ତ ହେବ।
ll ଲଘୁ ନଡିଆ ll – ଏହି ନଡିଆ ସାମାନ୍ଯ ନଡିଆ ଠାରୁ ଟିକେ ସାନ ହୋଇଥାଏ । ଏହାକୁ ଶ୍ରୀ ଫଳ ବି କୁହାଯାଏ ଅର୍ଥାତ ମା ଲକ୍ଷ୍ମୀ ଙ୍କ ଫଳ । ଧନତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ପରେ ଏହି ନଡିଆକୁ ଲାଲ କପଡାରେ ବାନ୍ଧି ଏମିତି ଜାଗାରେ ରଖି ଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନ ପଡିବ ।
– : ll ଅଶୁଭ ସାମଗ୍ରୀ ll : –
ଲୁହା , କଳା , କାଚ , ତେଲ ଜନିତ ଜିନିଷ ଏହି ଦିନ ଘରକୁ ଆଣିବେନି l
ll ଧନତେରସ ଯମଦୀପର ପୂଜା ବିଧି ll
ଏହା ୧୯ ଅକ୍ଟୋବର ୨୦୨୫ ରବିବାର ଦିନ ସନ୍ଧ୍ୟା ସମୟ ରେ ପାଳିତ ହେବ l
ପ୍ରାଚୀନ କଥା ଅନୁସାରେ ଧନତେରସ ଦିନ ଯମ ଦେବତାଙ୍କ ପୂଜା କରି ଦକ୍ଷିଣ ଦିଗ କୁ ମୁଖକରି ଦୀପ ଜଳେଇବାର ବିଧାନ ଅଛି ଶସ୍ତ୍ର ଅନୁସାରେ ଯଦି ଧନତେରସ ସନ୍ଧ୍ୟାରେ ଯମ ଦେବଙ୍କ ନାଁରେ ଦୀପ ଜଳାଜାଏ ଓ ତାଙ୍କର ପୂଜା କରାଯିବ ତେବେ ସେ ଗୃହର ସମସ୍ତ ବ୍ୟକ୍ତି ମାନଙ୍କର ଅକାଳ ମୃତ୍ୟୁ ଭୟରୁ ମୁକ୍ତି ମିଳିଥାଏ । ଏକ ଚାରିମୁଖି ଦୀପକୁ ମୁଖ୍ୟ ଦ୍ଵାରର ଡାହାଣ ପଟେ ମଧ୍ୟ ରଖି ପାରିବେ । ଏହା ସହିତ ପୁରା ଶ୍ରଦ୍ଧାରେ ଯମରାଜଙ୍କୁ ନମସ୍କାର କରି ପରିବାରର ସୁଖସମୃଦ୍ଧିର କାମନା କରନ୍ତୁ ।
ll ଧନତେରସ ପୂଜନ ବିଧି ll
ପୂଜାସ୍ଥଳରେ ଉତ୍ତର ଦିଗରେ ଭଗବାନ କୁବେର ଓ ଧନ୍ବନ୍ତରିଙ୍କ ପ୍ରତିମା ସ୍ଥାପିତ କରନ୍ତୁ । ନିୟମ ଅନୁସାରେ ପୂଜା କରନ୍ତୁ ବା ଏହା ସହିତ ମାତା ଲକ୍ଷ୍ମୀ ଓ ଗଣେଶଙ୍କର ପୂଜା ମଧ୍ୟ କରନ୍ତୁ । ଭଗବାନ କୁବେରଙ୍କୁ ଧଳା ମିଠା ଓ ଧନ୍ବନ୍ତରିଙ୍କୁ ହଳଦିଆ ମିଠାର ଭୋଗ ଲଗାନ୍ତୁ । ଏହା ପରେ ସବୁ ପୂଜା ସାମଗ୍ରୀ ତାଙ୍କୁ ଅର୍ପିତା କରି ଆରତୀ କରନ୍ତୁ ।
ll ଧନତେରସ ସଂପର୍କରେ ଏକ ପୌରାଣିକ କିମ୍ବଦନ୍ତୀ ll
ରାଜ ହିମଙ୍କର ୧୯ ବର୍ଷ ପୁଅଙ୍କୁ ଜନ୍ମ କୁଣ୍ଡଳୀଦେଖି ଭବିଷ୍ୟବାଣୀ କରାଯାଇଥିଲା ଯେ,ବାହାଘରର ଚତୁର୍ଥ ଦିନ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ। ଯେଉଁଦିନ ମୃତ୍ୟୁ ହେବ ବୋଲି ଭବିଷ୍ୟବାଣୀ ହୋଇଥିଲା,ସେ ଦିନ ସଦ୍ୟ ବିବାହିତ ଯୁବକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଶୋଇବାକୁ ଦେଲେ ନାହିଁ ଏବଂ ନିଜର ସମସ୍ତ ମୂଲ୍ୟବାନ ଗହଣା ଏକ ପାତ୍ରରେ ରଖି ଗୃହର ପ୍ରବେଶ ଦ୍ୱାରରେ ଦୀପ ପ୍ରଜ୍ଜଳନ କରିଥିଲେ। ସେ ତାଙ୍କ ସ୍ୱାମୀ ଯେପରି ନ ଶୁଅନ୍ତି ସେଥିପାଇଁ ଗୀତ ଗାଇବାରେ ଲାଗିଥିଲେ। ପର ଦିନ ସକାଳେ ମୃତ୍ୟୁର ଭଗବାନ ଯମ ସେଠାରେ ପହଁଞ୍ଚିବା ବେଳକୁ ଉଜ୍ଜ୍ୱଳତାରେ ତାଙ୍କର ଆଖିଟି ଝଲସିଉଠିଲା,ଯେଉଁଥି ପାଇଁ ସେ ଘର ଭିତରେ ପ୍ରବେଶ କରିପାରିନଥିଲେ।ଯମ ନୀରବରେ ସ୍ଥାନତ୍ୟାଗ କରିଥିଲେ।ଏହା ଫଳରେ ସ୍ୱାମୀଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଥିଲେ ପତ୍ନୀ। ଅନ୍ୟଏକ ପୁରାଣ କଥାନୁସାରେ ଦେବତା ମାନଙ୍କୁ ରାଜା ବଳିଙ୍କ ଭୟରୁ ମୁକ୍ତି ଦେବା ପାଇଁ ଭଗବାନ ବିଷ୍ଣୁ ବାମନ ରୂପ ଧାରଣ କରି ବଳିଙ୍କ ଯଜ୍ଞସ୍ଥଳରେ ଯାଇ ପହଞ୍ଚିଥିଲେ । ଅସୁର ମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଭଗବାନ ବିଷ୍ଣୁଙ୍କ ବାମନ ରୂପ ଚିହ୍ନି ପାରି ବଳିଙ୍କୁ ଅବଗତ କରାଇଥିଲେ ଯେ ଏହି ଭଗବାନ ବିଷ୍ଣୁ ବାମନଙ୍କ ରୂପରେ ଆସିଛନ୍ତି, ସେ କିଛି ମାଗିଲେ ତାଙ୍କୁ ଦେବନାହିଁ କିନ୍ତୁ ବଳି ଗୁରୁଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । ଏଥିସହିତ ରାଜା ବଳି ବାମନ ମାଗିଥିବା ୩ପାଦ ଭୂମି ଦେବାପାଇଁ କମଣ୍ଡଳୁରୁ ଜଳ ନେଇ ସଂକଳ୍ପ କରିଥିଲେ ।ଏହି ସମୟରେ ଶୁକ୍ରାଚାର୍ଯ୍ୟ ବଳିଙ୍କୁ ଅଟକାଇବାକୁ ଯାଇ ଏକ ସୂକ୍ଷ୍ମ ରୂପ ଧାରଣ କରି କମଣ୍ଡଳୁ ମଧ୍ୟରେ ପ୍ରବେଶ କରିଥିଲେ ଯାହାଦ୍ୱାରା ଜଳ ବାହାରିବା ମାର୍ଗ ବନ୍ଦ ହୋଇଯାଇଥିଲା ।ଶୁକ୍ରାଚାର୍ଯ୍ୟଙ୍କ ଛଳନା ବୁଝିପାରି ଭଗବାନ ବିଷ୍ଣୁ ହାତରେ ଧରିଥିବା କୁଶକୁ କମଣ୍ଡଳୁରେ ଏପରି ଭାବେ ରଖିଲେ ଯେ କୁଶ ବାଜି ଶୁକ୍ରାଚାର୍ଯ୍ୟ ଙ୍କ ଏକ ଆଖି ଫୁଟିଯାଇଥିଲା ଏବଂ ସେ ତତ୍ କ୍ଷଣାତ କମଣ୍ଡଳୁ ମଧ୍ୟରୁ ବାହାରକୁ ବାହାରିଗଲେ ।ବାମନ ଜଳ ସଂକଳ୍ପ କରି ବଳିଙ୍କ ଠାରୁ ୩ପାଦ ଭୂମି ମାଗିନେଇଥିଲେ । ବାମନ ରୂପି ଭଗବାନ ବିଷ୍ଣୁ ଗୋଟେ ପାଦ ସମ୍ପୂର୍ଣ୍ଣ ପୃଥିବୀ ଉପରେ ରଖିଥିଲା ବେଳେ ଆଉ ଗୋଟେ ପାଦ ବ୍ରହ୍ମାଣ୍ଡ ଉପରେ ରଖିଥିଲେ । ତେବେ ୩ୟ ପାଦରଖିବା ପାଇଁ ଆଉ ଜାଗା ନଥିବାରୁ ବଳି ନିଜ ମୁଣ୍ଡକୁ ବାମନଙ୍କ ପାଦ ତଳେ ରଖିଦେଲେ ।ଏହିପରି ଭାବେ ବଳିଙ୍କ ଭୟରୁ ଦେବତାମାନେ ମୁକ୍ତି ପାଇଥିଲେ ଏବଂ ବଳିଙ୍କ ଦ୍ୱାରା ହରାଇଥିବା ଧନସମ୍ପତ୍ତି ଦେବତା ମାନେ ବହୁ ଗୁଣ କରି ପାଇଥିଲେ । ପୁରାଣ ଅନୁଯାୟୀ ଏହି ଉପଲକ୍ଷେ ମଧ୍ୟ ଧନତେରସ ଉତ୍ସବ ପାଳନ କରାଯାଇଥାଏ ।
ll ଧନ୍ୱନ୍ତରିସ୍ତୋତ୍ରମ୍ ll ଓଁ ନମୋ ଭଗବତେ ଧନ୍ୱନ୍ତରୟେ ଅମୃତକଲଶହସ୍ତାୟ,ସର୍ୱାମୟବିନାଶନାୟ, ତ୍ରୈଲୋକ୍ୟନାଥାୟ ଶ୍ରୀମହାବିଷ୍ଣବେ ନମଃ ॥
ଚନ୍ଦ୍ରୌଘକାନ୍ତିମମୃତୋରୁକରୈର୍ଜଗନ୍ତିସଞ୍ଜୀବୟନ୍ତମମିତାତ୍ମସୁଖଂ ପରେଶମ୍ ।ଜ୍ଞାନଂ ସୁଧାକଲଶମେବ ଚ ସନ୍ଦଧାନଂଶୀତାଂଶୁମଣ୍ଡଲଗତଂ ସ୍ମରତାତ୍ମସଂସ୍ଥମ୍ ॥
ମୂର୍ଧ୍ନି ସ୍ଥିତାଦମୁତ ଏବ ସୁଧାଂ ସ୍ରବନ୍ତୀଂଭ୍ରୂମଧ୍ୟଗାଚ୍ଚ ତତ ଏବ ଚ ତାନୁସଂସ୍ଥାତ୍ ।ହାର୍ଦାଚ୍ଚ ନାଭିସଦନାଦଧରସ୍ଥିତାଚ୍ଚଧ୍ୟାତ୍ୱାଭିପୂରିତତନୁଃ ଦୁରିତଂ ନିହନ୍ୟାତ୍ ॥
ଅଜ୍ଞାନ-ଦୁଃଖ-ଭୟ-ରୋଗ-ମହାବିଷାଣିଯୋଗୋଽୟମାଶୁ ବିନିହନ୍ତି ସୁଖଂ ଚ ଦଦ୍ୟାତ୍ ।ଉନ୍ମାଦ-ବିଭ୍ରମହରଃ ହରତଶ୍ଚ ସାନ୍ଦ୍ର-ମାନନ୍ଦମେବ ପଦମାପୟତି ସ୍ମ ନିତ୍ୟମ୍ ॥
ଧ୍ୟାତ୍ୱୈବ ହସ୍ତତଲଗଂ ସ୍ୱମୃତଂ ସ୍ରବନ୍ତଂଏବଂ ସ ଯସ୍ୟ ଶିରସି ସ୍ୱକରଂ ନିଧାୟ ।ଆବର୍ତୟେନ୍ମନୁମିମଂ ସ ଚ ବୀତରୋଗଃପାପାଦପୈତି ମନସା ଯଦି ଭକ୍ତିନମ୍ରଃ ॥
ଧଂ ଧନ୍ୱନ୍ତରୟେ ନମଃ ॥
ଧଂ ଧନ୍ୱନ୍ତରୟେ ନମଃ ॥
ଧଂ ଧନ୍ୱନ୍ତରୟେ ନମଃ ॥
ଦୀର୍ଘ-ପୀବର-ଦୋର୍ଦଣ୍ଡଃ, କମ୍ବୁଗ୍ରୀବୋଽରୁଣେକ୍ଷଣଃ ।ଶ୍ୟାମଲସ୍ତରୁଣଃ ସ୍ରଗ୍ୱୀ ସର୍ୱାଭରଣଭୂଷିତଃ ॥
ପୀତବାସା ମହୋରସ୍କଃ, ସୁମୃଷ୍ଟମଣିକୁଣ୍ଡଲଃ ।ନୀଲକୁଞ୍ଚିତକେଶାନ୍ତଃ, ସୁଭଗଃ ସିଂହବିକ୍ରମଃ ॥
ଅମୃତସ୍ୟ ପୂର୍ଣକଲଶଂ ବିଭ୍ରଦ୍ୱଲୟଭୂଷିତଃ।ସ ବୈ ଭଗବତଃ ସାକ୍ଷାଦ୍ ବିଷ୍ଣୋରଂଶାଂଶସମ୍ଭବଃ ।ଧନ୍ୱନ୍ତରିରିତି ଖ୍ୟାତଃ ଆୟୁର୍ୱେଦଦୃଗିତ୍ୟଭାକ୍ ।ଏବଂ ଧନ୍ୱନ୍ତରିଂ ଧ୍ୟାୟେତ୍ ସାଧକୋଽଭୀଷ୍ଟସିଦ୍ଧୟେ ॥
ଓଁ ନମୋ ଭଗବତେ ଧନ୍ୱନ୍ତରୟେ ଅମୃତକଲଶହସ୍ତାୟ,ସର୍ୱାମୟବିନାଶନାୟ, ତ୍ରୈଲୋକ୍ୟନାଥାୟ ଶ୍ରୀମହାବିଷ୍ଣବେ ନମଃ ॥
ଧନ୍ୱନ୍ତରିଙ୍ଗରୁଚିଧନ୍ୱନ୍ତରେରିତରୁଧନ୍ୱଂସ୍ତରୀଭବସୁଧାଧାନ୍ୱନ୍ତରାବସଥମନ୍ୱନ୍ତରାଧିକୃତଧନ୍ୱନ୍ତରୌଷଧନିଧେ ।ଧନ୍ୱନ୍ତରଂଗଶୁଗୁଧନ୍ୱନ୍ତମାୟିଷୁ ବିତନ୍ୱନ୍ ମମାବ୍ଧିତନୟସୂନ୍ୱନ୍ତତାତ୍ମକୃତତନ୍ୱନ୍ତରାବୟବତନ୍ୱନ୍ତରାର୍ତିଜଲଧୌ ॥
ଧନ୍ୱନ୍ତରିଶ୍ଚ ଭଗବାନ୍ ସ୍ୱୟମାସ ଦେବୋ ସ୍ୱୟେମେବ କୀର୍ତିଃନାମ୍ନା ନୃଣାଂ ପୁରୁରୁଜାଂ ରୁଜ ଆଶୁ ହନ୍ତି ।ଯଜ୍ଞେ ଚ ଭାଗମମୃତାୟୁରବାପ ଚାର୍ଧା ରବାବରୁନ୍ଧଆୟୁଷ୍ୟବେଦମନୁଶାସ୍ତ୍ୟବତୀର୍ୟ ଲୋକେ ॥
ଭାଗବତମ୍ ୨.୭.୨୧ କ୍ଷୀରୋଦମଥନୋଦ୍ଭୂତଂ ଦିବ୍ୟଗନ୍ଧାନୁଲେପିନମ୍ ।ସୁଧାକଲଶହସ୍ତଂ ତଂ ବନ୍ଦେ ଧନ୍ୱନ୍ତରିଂ ହରିମ୍ ॥ଶରୀରେ ଜର୍ଜରୀଭୂତେ ବ୍ୟାଧିଗ୍ରସ୍ତେ କଲେବରେ ।ଔଷଧଂ ଜାହ୍ନବୀତୋୟଂ ବୈଦ୍ୟୋ ନାରାୟଣୋ ହରିଃ ॥
ଅୟଂ ମେ ହସ୍ତୋ ଭଗବାନ୍ ଅୟଂ ମେ ଭଗବତ୍ତରଃ ।ଅୟଂ ମେ ବିଶ୍ୱଭେଷଜୋଽୟଂ ଶିବାଭିମର୍ଷଣଃ ॥ଅଚ୍ୟୁତାନନ୍ତ-ଗୋବିନ୍ଦ-ବିଷ୍ଣୋ ନାରାୟଣାମୃତ ।ରୋଗାନ୍ମେ ନାଶୟାଶେଷାନ୍ ଆଶୁ ଧନ୍ୱନ୍ତରେ ହରେ ॥ଧଂ ଧନ୍ୱନ୍ତରୟେ ନମଃ ॥
ଧଂ ଧନ୍ୱନ୍ତରୟେ ନମଃ ॥ଧଂ ଧନ୍ୱନ୍ତରୟେ ନମଃ ॥ଓଁ ନମୋ ଭଗବତେ ଧନ୍ୱନ୍ତରୟେ ଅମୃତକଲଶହସ୍ତାୟ,ସର୍ୱାମୟବିନାଶନାୟ, ତ୍ରୈଲୋକ୍ୟନାଥାୟ ଶ୍ରୀମହାବିଷ୍ଣବେ ନମଃ ॥ଇତି ଧନ୍ୱନ୍ତରିସ୍ତୋତ୍ରଂ ସମ୍ପୂର୍ଣମ୍ ।
