ରାଜ୍ୟରେ ଯଥେଷ୍ଟ ତେଲ ଅଛି, ସଫିସେଣ୍ଟ ତେଲ ସମସ୍ତଙ୍କୁ ମିଳିବ ; IOCLର ୩ ଅପିଲ୍

ରାଜ୍ୟ
Spread the love

ଭୁବନେଶ୍ବର ୧୫।୫: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ରହିଛି । ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ IOCL ସିଜିଏମ୍ କମଲ ସିଲ୍ । ପର୍ଯ୍ୟାପ୍ତ ତେଲ ଅଛି, ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଅଯଥା ଅଧିକ ତେଲ କିଣନ୍ତୁ ନାହିଁ ।
ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ କରିଛୁ । ଗୋଟିଏ ଟାଙ୍କି ପାଖରେ ୨ରୁ ୩ ଦିନର ତେଲ ଥାଏ । କିନ୍ତୁ ଅଚାନକ ୩୦ରୁ ୪୦% ବିକ୍ରି ବଢ଼ିଗଲେ ଡ୍ରାଏ ଆଉଟ୍ ସମସ୍ୟା ଉପୁଜେ । ଦେଶରେ ୨ରୁ ୩ ଦିନ ଭିତରେ ପେଟ୍ରୋଲ ବିକ୍ରି ୩୭ ପ୍ରତିଶତ ବଢ଼ିଛି । ଗ୍ରାହକ ସଂଖ୍ୟା ୩୦-୪୦% ବଢିଗଲେ ପମ୍ପ୍ ଖାଲି ହେବ । ଏହା ଅଭାବ ନୁହେଁ, ଅତିରିକ୍ତ ଭିଡ’ ଯୋଗୁଁ ବୋଲି କମଲ ସିଲ୍ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ IOCL ପକ୍ଷରୁ ୩ଟି ଅପିଲ୍ :
୧. ଗାଡି ଟାଙ୍କିରେ ଯେତିକି ଧରୁଛି, ସେତିକି ଭରନ୍ତୁ ।
୨. ପ୍ଲାଷ୍ଟିକ୍ ବୋତଲରେ ତେଲ ଗଚ୍ଛିତ କରନ୍ତୁନି
୩. ୨୦୦-୫୦୦ ଟଙ୍କାର ଲିମିଟ୍ ଗୁଜବ । ‘ସଫିସେଣ୍ଟ ତେଲ’ ସମସ୍ତଙ୍କୁ ମିଳିବ ।
ସେହିଭଳି LPG ବୁକିଂର ୫ ଦିନରେ ଡେଲିଭରି ଗ୍ୟାରେଣ୍ଟି । CNG ଷ୍ଟେସନ ସବୁ ଚାଲୁଛି । ରାଜ୍ୟରେ ଫୁଏଲ୍ ଫୁଲ୍ ଅଛି । ଅସୁବିଧା ଯୋଗାଣର ନୁହେଁ, ଧାରଣାର । ପ୍ୟାନିକ୍ ହୁଅନ୍ତୁନି । ପମ୍ପ୍‌ରେ ଫିଲ୍ଡ ଅଫିସର ଅଛନ୍ତି । ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଜଣାନ୍ତୁ, IOCL ତୁରନ୍ତ ଆକ୍ସନ ନେବ । ତେଲ ସରିନି, ଧୈର୍ଯ୍ୟ ଧରନ୍ତୁ । ଅନ୍ୟପଟେ ତେଲ ସଙ୍କଟ ଦୂର କରିବା ପାଇଁ ୨ ବର୍ଷ ଇଥାନେଲ ମିଶା ତେଲ ଯାଉଛି ବୋଲି କହିଛନ୍ତି । ଦେଶ ଭିତରେ ଓଡ଼ିଶାରେ ସର୍ବାଧିକ ତେଲ ବିକ୍ରି ହେଉଛି । ଡିଲର ଗଡବଡ କଲେ କଡ଼ା ଆକ୍ସନ ହେବା ନେଇ ଆଇଓସିଏଲ ପକ୍ଷରୁ ସୂଚନା ଦିଆଯାଇଛି ।
ଏଭଳି ଅଯଥା ଅଧିକ ତେଲ କିଣି ଚାପ ପକାନ୍ତୁ ନାହିଁ । ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ । ଅଧିକ ଭିଡ଼ ହେଲେ ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ପମ୍ପ୍ ମାଲିକ ଏଭଳି କରୁଥିବେ ବୋଲି IOCL ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *