ତିର୍ତ୍ତୋଲ ତାଲୁକ ଆଇନି ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
Spread the love

ଝଙ୍କଡ :  ତିର୍ତ୍ତୋଲ ତାଲୁକ ସେବା କମିଟି ପକ୍ଷରୁ ମଣିଜଙ୍ଗା ପଞ୍ଚାୟତ ରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସଭାଗୃହ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ତାଲୁକ ଆଇନି ସେବା ସମିତି ଅଧ୍ୟକ୍ଷ ତଥା ତିର୍ତ୍ତୋଲ ବିଚାରବିଭାଗୀୟ ଅଦାଲତ ର ବିଚାରପତି ସିଓନା ସିଦ୍ଧାର୍ଥ ମହାରଣା ଯୋଗଦେଇ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ତିର୍ତ୍ତୋଲ ଓକିଲ ସଂଘ ସଭାପତି ସରୋଜ କୁମାର ପାଣିଗ୍ରାହୀ, ସମ୍ପାଦକ ଟୁକନ ଚରଣ ସେଠି, ମଣିଜଙ୍ଗା ପଂଚାୟତ ସରପଞ୍ଚ ସଶଧର ମଲ୍ଲିକ,ପୂର୍ବତନ ସରପଞ୍ଚ ଅନୀଳ ସ୍ବାଇଁ,ସମାଜ ଜେବି ସୁଶାନ୍ତ ସାହୁ,ଏ ବି କେ ମମତା ମଞ୍ଜରୀ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ପଂଚାୟତ ର ଶତାଧିକ ଲୋକ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।କୋର୍ଟ କର୍ମଚାରୀ,କୋର୍ଟ ପୋଲିସ, ପଂଚୟତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *