ଝଙ୍କଡ଼ : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠରେ ସ୍ଥାୟୀ କଳାମଣ୍ଡପ ଟିଏ ଦୀର୍ଘ ପନ୍ଦରବର୍ଷ ଧରି ନିର୍ମାଣ କରାଯାଇନଥିବାରୁ, ମାଆଙ୍କ ପୀଠ ରେ ମାନସିକ ପୂରଣ କରିବାକୁ ଆସିଥିବା, ଯାଜପୁର କବୀରପୁର ର ମାତୃକୃପା ଭଜନମଞ୍ଚ ର କଳାକାର ମାନେ, ବାଧ୍ୟହୋଇ ସିଂହ ଦ୍ୱାର ସମ୍ମୁଖରେ ପାଲପକାଇ ଗତ ଗୁରୁବାର ସନ୍ଧ୍ୟାରେ ଏକ ଭକ୍ତିସଙ୍ଗୀତର ଆସର, ଯେନତେନ ପ୍ରକାରେଣ ଅନୁଷ୍ଠିତ କରାଇଛନ୍ତି l ଏଥିପାଇଁ କଳାକାରମାନେ ଗଭୀର ଉଦବେଗ ଓ କ୍ଷୋଭ ପ୍ରକାଶ କରିଅଛନ୍ତି l
ଭଜନମଞ୍ଚ ର ପ୍ରଯୋଜକ ବିଜୟ ସ୍ୱାଇଁ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆସରରେ ଜୀବନ ଆମର, ଦାୟିତ୍ୱ ବି ଆମର ର ଉପସ୍ଥାପକ ବିନୋଦ ରାଉତ ଉପସ୍ଥାପନ କରିଥିଲେ l ଏଥିରେ ସୁନୀଲ କୁମାର, ଶିଖା ତ୍ରିପାଠୀ, ସିନାରାଣୀ ସାହୁ, ଝିନାରାଣୀ ସାହୁ, ସାଇ ପ୍ରସାଦ ଓ ଓମ ପ୍ରକାଶ ପ୍ରମୁଖ ଖ୍ୟାତନାମା କଣ୍ଠଶିଳ୍ପୀ ମାନେ ସୁଲଳିତସୁରରେ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ l ବାଦ୍ୟଯନ୍ତ୍ର ପରିଚାଳନା ରେ ଅଶୋକ କୁମାର, ନିରଞ୍ଜନ, ସୁଧାକର, ରବି, ଟୁକୁନା, ଦୀପୁ ଓ ସୁକାନ୍ତ ସାହୁ ଅପୂର୍ବ ସୁରଝଙ୍କାର ତୋଳିଥିଲେ l
ମାଆଙ୍କ ମନ୍ଦିର ପହୁଡ଼ ପଡିବା ପର୍ଯ୍ୟନ୍ତ ଏହି ଭକ୍ତିସଙ୍ଗୀତ ର ଆସର ଉପସ୍ଥିତ ଦର୍ଶକ ଓ ଶ୍ରୋତା ମାନଙ୍କପାଇଁ ବେଶ ଉପଭୋଗ୍ୟ ହୋଇଥିଲା l ମାଆଙ୍କ ସେବାୟତ ମାନଙ୍କ ତରଫରୁ ଅନନ୍ତ ଚରଣ ରାଉଳ, ମହେନ୍ଦ୍ର କୁମାର ପଣ୍ଡା, ସମୀରକାନ୍ତ ରାଉଳ ଓ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ସମସ୍ତକଳାକାର ମାନଙ୍କୁ ମାଆଙ୍କ ପଣତକାନି ଓ ମାଲ୍ୟାର୍ପଣ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ l
