ଭୁବନେଶ୍ୱର: ଖାଉଟିଙ୍କ ଉପରେ ଆରମ୍ଭ ହୋଇଗଲା ମହଙ୍ଗା ମାଡ଼ । ତେଲ ଦର ବୃଦ୍ଧିର ପ୍ରଥମ ଝଟକା ଲାଗିଛି । କାଲିଠାରୁ ସାରା ଓଡିଶାରେ ବସ୍ ଭଡା ବଢିବ । ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହେବ ବୋଲି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ।
ସେ କହିଛନ୍ତି, ଡିଜେଲ ୩ ଟଙ୍କା ବଢିଲା, ଆମେ ଆଉ କ୍ଷତି ସହିପାରିବୁନି । ସରକାରଙ୍କ ସହ ଆଲୋଚନା ସରିଛି । ସଂଘ ସରକାରଙ୍କ ସହ ଆଲୋଚନା କରିସାରିଛି । ପରିବହନ ବିଭାଗକୁ ଚିଠି ଦିଆଯାଇଛି । ଅନୁମୋଦନ ପରେ ତୁରନ୍ତ କାଲିଠୁ ଲାଗୁ ହେବ । ଅଧିକ ସୂଚନା ଦେଇ ସେ କହିଛନ୍ତି, ପ୍ରତି କିଲୋମିଟର ପିଛା ୨ ପଇସା ବଢିବ । ଶ୍ରେଣୀ ଅନୁସାରେ ଦର ଅଲଗା ହେବ । ୧୬ ମାର୍ଚ୍ଚ ୨୦୨୪ରେ ଶେଷ ଥର ଭଡା ବଢିଥିଲା । ତା’ପରଠୁ ଟାୟାର, ମୋବିଲ, ଇନ୍ସୁରାନ୍ସ, ଟୋଲ୍ ସବୁ ମହଙ୍ଗା ହୋଇଛି । ଏବେ ଡିଜେଲ ୩ ଟଙ୍କା ବଢିଲା, ତେଣୁ ଦର ବଢ଼ିବ ।
ବସ ଶ୍ରେଣୀ ପୁରୁଣା ଦର (ପଇସା/କିମି) ନୂଆ ଦର (ପଇସା/କିମି) ବୃଦ୍ଧି ପରିମାଣ
Ordinary (ସାଧାରଣ) ୮୯ ପଇସା ୯୧ ପଇସା +୨ ପଇସା
Express (ଏକ୍ସପ୍ରେସ) ୯୨ ପଇସା ୯୪ ପଇସା +୨ ପଇସା
Deluxe (ଡିଲକ୍ସ) ୧୨୯ ପଇସା ୧୩୧ ପଇସା +୨ ପଇସା
AC Deluxe (ଏସି ଡିଲକ୍ସ) ୧୫୭ ପଇସା ୧୫୯ ପଇସା +୨ ପଇସା
Super Premium (ସୁପର ପ୍ରିମିୟମ) ୨୪୪ ପଇସା ୨୪୬ ପଇସା +୨ ପଇସା
