119fd833 80d4 41cd A838 D9ea322cd9c4

ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚ ତରଫରୁ ବିଷୁବ ମିଳନ ଓ ଜଳସେବା ଶିବିର

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାରଦା ଏକାଡେମୀ କନକପୁର ୧୯୮୧ ପୁରାତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ “ସ୍ମୃତି ଗୌରବ” ତରଫରୁ ପଣା ସଂକ୍ରାନ୍ତି ଦିନ ଝଙ୍କଡ଼ପୀଠରେ ମା’ ଶାରଳାଙ୍କ ଦର୍ଶନାର୍ଥୀଙ୍କ ପାଇଁ ଜଳସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ନବ ବର୍ଷର ଏହି ଶୁଭ ଅବସରରେ ବିଦ୍ୟାଳୟ ସମୟର ସ୍ମୃତି ଗୋୖରବ ସହପାଠୀ ସହପାଠିନୀମାନଙ୍କର ବିଷୁବ ମିଳନ ଉତ୍ସବ ମଧ୍ୟ ଆୟୋଜନ ହୋଇଥିଲା। ମା ଶାରଳା ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ, ଦହି ଲସି ଓ ଅଂଶୁଘାତଜନିତ ସେବା ପ୍ରଦାନ କରାଯିବା ସହିତ ପରିଷଦର ଆଗାମୀ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ରୂପରେଖ ସଂପର୍କରେ ଆଲୋଚନା ହୋଇଥିଲା।

ପରିଷଦର ଉପଦେଷ୍ଟା ପ୍ରଫେସର ଇଂ ଚିତ୍ତ ରଞ୍ଜନ ମହାନ୍ତି ଓ ସଭାପତି ତଥା ଓଡ଼ିଶା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ରୋଟାରିଆନ ଭକ୍ତ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ସହପାଠୀ ଅକ୍ଷୟ କୁମାର ତାରେଣିଆ, ରଞ୍ଜନ ମହାନ୍ତି, ସୂର୍ଯ୍ୟ ନାରାୟଣ ଦାସ, ଶୈଳେନ୍ଦ୍ର ମହାନ୍ତି, ଅଚ୍ୟୁତାନନ୍ଦ ବେହେରା, ଗୋପବନ୍ଧୁ କୁଅଁର ପରିଚାଳନା କରିଥିଲେ ଏବଂ ବରିଷ୍ଠ ସାମ୍ବାଦିକ ଭୈରବ ଚନ୍ଦ୍ର ବ୍ରହ୍ମା, ବିଷ୍ଣୁ ଚରଣ ସ୍ବାଇଁ, ନରୋତ୍ତମ ନାୟକ, ସୁଶୀଲ କୁମାର କୁଅଁର, ନରେନ୍ଦ୍ର କୁମାର ନନ୍ଦ, ପ୍ରଦୀପ୍ତ ସ୍ବାଇଁ, ନୀଳମଣି ବିଶ୍ଵାଳ, ଭୋଳାନାଥ କାଣ୍ଡି, ସୁକାନ୍ତ ପରିଜା, ଭାଗ୍ୟରଥି ପରିଜା, ଅଭୟ ସାହୁ, ପୁଷ୍ପଶ୍ରୀ ସାହୁ,ସରସ୍ଵତୀ ନନ୍ଦ, ବାସନ୍ତୀ ଦାସ, ଶକୁନ୍ତଳା ଦାସ, କୁନ୍ତଳା ଦାଶ , ନିହାରିକା ଭୋଳ, ଯଶୋବନ୍ତି ପଣ୍ଡା, ନିର୍ମଳା ପାତ୍ର, ନରୋତ୍ତମ ସ୍ବାଇଁ , ସଚ୍ଚିଦାନନ୍ଦ ମିଶ୍ର, ନିରଞ୍ଜନ ମହାନ୍ତି, ଅଭୟ ସାହୁ, ଅରବିନ୍ଦ ରାଉଳ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହପାଠୀ ସହପାଠିନୀ ଜୟଶ୍ରୀ ମହାନ୍ତି, ଅଞ୍ଜଳି ରାଉତ, ଝରାଶ୍ରୀ ମହାନ୍ତି, କୁଞ୍ଜଲତା ବିଶ୍ଵାଳ, ଉଷାରାଣୀ ସିଂ, ବିନତା ସିଂ, ଆହ୍ଲାଦ୍ଦିନ ତ୍ରିପାଠୀ, ବିଭୂତି ଭୂଷଣ ପଣ୍ଡା, ଦୀଲ୍ଲିପ ଦାସ, ଇଂ ପ୍ରଶନ୍ନ କୁମାର ସାହୁ, କିଶୋର ଚନ୍ଦ୍ର ମନୋହରୀ, ପ୍ରଶାନ୍ତ ଦାସ, ପ୍ରିୟବ୍ରତ ମହାନ୍ତି, ହରି ରାଉଳ, ଗୁରୁଚରଣ ସାହୁ, ଭବାନୀ ସାହୁ, କୈଳାସ ବାରିକ, ଅସୀମା ସ୍ବାଇଁ, ଶଶୀପ୍ରଭା ଦାସ, ଅନୁପମା ବିଶ୍ଵାଳ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ସମ୍ପାଦକ ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *