କୁଣ୍ଡି କୃଷି ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ

ରାଜ୍ୟ
Spread the love

ମାହାଙ୍ଗା : ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ କୋଠପଦା ଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମିତିର ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଅନୁଷ୍ଠାନିକ ଭାବେ ଏହି ମଣ୍ଡିକୁ ଫିତାକାଟି ଉଦଘାଟନ କରିଥିଲେ । ସମିତିର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା, ହେମନ୍ତ କୁମାର ପ୍ରଧାନ, ରବୀନ୍ଦ୍ର ପୃଷ୍ଟି, ରମାକାନ୍ତ ପଣ୍ଡା, ପରମାନନ୍ଦ ମହାନ୍ତି,ବାବୁଲି ଜେନା, ପୂର୍ବତନ ସମିତିସଭ୍ୟ ସତ୍ୟଜିତ କିଶୋର ଦାସ, ସମବାୟବିତ୍ ଶଶିଭୂଷଣ ମହାନ୍ତି, ରାମଚନ୍ଦ୍ର ସାହୁ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ପୂର୍ବତନ ସରପଞ୍ଚ ସୁବାସ ବେହେରା, ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା, ଜୟଦେବ ମୁଦୁଲି,ଭାଗ୍ୟଧର ମହାନ୍ତି,ବିକାଶ ପରିଷଦ ସଭାପତି ନିରଞ୍ଜନ ମୁଦୁଲି,କୃଷକ ନେତା ପ୍ରଫୁଲ୍ଲ ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର କର,ପୂର୍ବତନ ସରପଞ୍ଚ ଅଶୋକ ବିଶ୍ୱାଳ, ସୁଧୀର ମହାନ୍ତି, ସୁଦାମ ପଲେଇ,ଗଣେଶ ବିହାରୀ,ଶରତ ଚନ୍ଦ୍ର ଦାଶ,ବିରଜା ପ୍ରସାଦ ଦାସ,ସମରେନ୍ଦ୍ର ମହାନ୍ତି,ଅଜୟ ସାହୁ,ଜଗନ୍ନାଥ ପଣ୍ଡା, ଜଗନ୍ନାଥ ନାୟକ,ଅଜୟ କୁମାର ସ୍ୱାଇଁ, ପ୍ରଭାତ ଘଡେଇ, ଗୌରୀଶଙ୍କର ମହାପାତ୍ର, ନିତ୍ୟାନନ୍ଦ ରାଉତ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମିତିର ସମ୍ପାଦକ ଦେବାଶିଷ ପଣ୍ଡା, ଅବଦୁଲ ହମିଦ, ଶ୍ୟାମ ସୁନ୍ଦର ବରାଳ,ପରମାନନ୍ଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।  ମିଲର ଅନ୍ନପୂର୍ଣ୍ଣ ଏଠାରୁ ଧାନ ଉଠାଣ କରିଥିବା ବେଳେ, କେନ୍ଦୁ ପାଟଣା ଆର ଏମ ଏସ ପକ୍ଷରୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *