Pra

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ରାଜ୍ୟ
Spread the love

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ। ସେ ଥିଲେ ରାଜ୍ୟର ପ୍ରଥମ ବିଜେପି ବିଧାୟକ। ୧୯୭୭ରେ ପ୍ରଥମ କରି ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପଟ୍ଟନାୟକ। ତାଙ୍କ ଦେହାନ୍ତରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ମାତ୍ର ୨୮ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ । ଛାତ୍ର ଜୀବନରୁ ହିଁ ସେ ରାଜନୀତିକୁ ଆସିଥିଲେ।  ୧୯୯୦ ମସିହାରେ ପୁଣି ଦଳ ବଦଳାଇ ଜନତା ଦଳରୁ ବିଜୟି ହୋଇଥିଲେ ପ୍ରସନ୍ନ ପଟ୍ଟନାୟକ। ଶେଷଥର ପାଇଁ ୨୦୧୪ ମସିହାରେ ବିଜେପି ଦଳ ତରଫରୁ ଟିକେଟ ପାଇଥିଲେ ମଧ୍ୟ ସେ ହାରି ଯାଇଥିଲେ। ଆଜି ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *