ଏକା ସାଙ୍ଗରେ ଜଳିଲା ୨ଟି ଯୁଇ,ଶବକୁ କାନ୍ଧଦେଲେ ପୂର୍ବତନ ମନ୍ତ୍ରୀ

କଟକ ରାଜ୍ୟ
Spread the love

ମାହାଙ୍ଗା  : ମୃତ୍ୟୁ କେତେବେଳେ ଆସିବ କାହାକୁ ଜଣା ନଥାଏ । କିନ୍ତୁ ଜଣେ ସଂସାରରୁ ବିଦାୟ ନେବାର ମାତ୍ର କେଇଘଣ୍ଟା ଭିତରେ ସେହି ପରିବାରରୁ ଆଉ ଜଣଙ୍କ ଦେହାନ୍ତ ଘଟିବା ଅତ୍ୟନ୍ତ ଦୁଃଖଦ ଖବର । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଂଚାୟତ ଅନ୍ତର୍ଗତ ଧଉଳିଆ ଗ୍ରାମର ମୁରବୀ, ବର୍ଷିଆନ ସମାଜସେବୀ ରାଧାନାଥ ରାଉତଙ୍କ ଶନିବାର ପୂର୍ବାହ୍ନରେ ପରଲୋକ ଘଟିବା ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ପହଂଚି ଥିଲେ ।  ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧଉଳିଆ ଗ୍ରାମରେ ପହଂଚି ଏହି ଶତାୟୁ ପୁରୁଷଙ୍କୁ କାନ୍ଧ ଦେଇ ସ୍ମଶାନରେ ଉପସ୍ଥିତ ହେବା ଦେଖିବାକୁ ମିଳିଥିଲା ।
ବିଜୁ ଜନତା ଦଳର ଜଣେ ପୁରୁଖା ନେତା ତଥା ବିଜୁ ବାବୁଙ୍କ ଅନୁଗତ ସ୍ବର୍ଗତ ରାଧାନାଥ ରାଉତଙ୍କ ମୃତ୍ୟୁର ୩ ଘଣ୍ଟା ମଧ୍ୟରେ ତାଙ୍କ ପୁତୁରା ବୋହୂ ହେମଲତା ରାଉତଙ୍କ ଦେହାନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଉଭୟ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ଏହି ଶବ ଶୋଭାଯାତ୍ରାରେ ସାମାଜିକକର୍ମୀ ଅଖିଳେଶ ମହାନ୍ତି, ହେମନ୍ତ ପ୍ରଧାନ, ସୁବାସ ବେହେରା, ଗୟାଧର ସାହୁ, ବେଣୁଧର ସାମଲ, ପ୍ରଦୋଷ ସାମଲ, ଚନ୍ଦ୍ରମଣି ଧଳ, ପ୍ରଦୀପ୍ତ ସାମଲ, ଭାଗ୍ୟଧର ରାଉତ, ଭାଗ୍ୟଧର ସାମଲ, ପ୍ରଫୁଲ୍ଲ ରାଉତ, ବଂଶୀଧର ରାଉତ, ସମିରଣ ରାଉତ, ସିର୍ଷାନନ୍ଦ ସାମଲ, ମାଗୁଣି ସାମଲ, ଶରତ ରାଉତ, ସୁବାସ ଖୁଣ୍ଟିଆ, ଅରୁଣ ରାଉତ, ଅକ୍ଷୟ ରାଉତ, ତୁଷାର ମହାନ୍ତି, ଅଶୋକ ରାଉତ, ଗଣେଶ୍ୱର ରାଉତ, ଚକ୍ରଧର ରାଉତ, ପ୍ରମୁଖ ସାମିଲ ହୋଇ ଶବ ସତ୍କାର କାର୍ଯ୍ୟକୁ ସମ୍ପନ୍ନ କରିବା ଦେଖିବାକୁ ମିଳିଥିଲା ।
ସ୍ବର୍ଗତ ରାଧାନାଥ ଓ ହେମଲତାଙ୍କ ବିୟୋଗରେ ସମାଜସେବୀ ଶୋଭନ କର,ରାଜକିଶୋର ଜେନା,ସତ୍ୟଜିତ କିଶୋର ଦାସ, ପ୍ରଶାନ୍ତ କୁମାର କର, ରମାକାନ୍ତ ପଣ୍ଡା,ହୃଷିକେଶ ସ୍ୱାଇଁ,ରିଆଜୁଲ ହୋଦା,ରୁଷି କୁମାର ରାଉତ, ପ୍ରଶାନ୍ତ ପଟ୍ଟନାୟକ, ଧନେଶ୍ୱର ସେନାପତି,ଗୌତମ ଶରଣ,ନିରଞ୍ଜନ ମୁଦୁଲି,ଗଣେଶ ବିହାରୀ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *