ଆସନ୍ତାକାଲି ୧୪ ନୂଆ ପୁଲିସ ଷ୍ଟେସନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ୧୪ଟି ନବନିର୍ମିତ ପୁଲିସ ଷ୍ଟେସନର ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଉଦ୍‌ଘାଟନ ଉତ୍ସବ ଆସନ୍ତାକାଲି, ଶୁକ୍ରବାର ୭ ମାର୍ଚ୍ଚ ୨୦୨୫, ପୂର୍ବହ୍ନ ୧୧:୩୦ ସମୟରେ ଏକ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହେବ। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଆଇନ ପ୍ରବର୍ତ୍ତନ ଭିତ୍ତିଭୂମିକୁ ଉନ୍ନତ କରିବା ଏବଂ ଉତ୍ତମ ଜନସାଧାରଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ବୋଲି କୁହାଯାଉଛି।

ସଂପୂର୍ଣ୍ଣ ପଢନ୍ତୁ
Byglzp9vk3otumrynpgd

ପରିଚୟ ଲୁଚାଇ ଦିଲ୍ଲୀରେ ଚାକିରି କରୁଥିବା ନକ୍ସଲକୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଅପରେସନରେ ଜଣେ ନକ୍ସଲଙ୍କୁ ଗିରଫ କରିଛି। ଏହି ମହିଳା ନକ୍ସଲ ଏତେ ବିପଦପୂର୍ଣ୍ଣ ଯେ ଝାଡ଼ଖଣ୍ଡ ପୁଲିସ ସହ ତିନିଥର ଗୁଳିବିନିମୟ କରିଥିଲେ | ପୋଲିସ କହିଛି ଯେ ଆମେ ସୂଚନା ପାଇଲୁ ଯେ ଜଣେ ନକ୍ସଲ ମହିଳା ଦିଲ୍ଲୀରେ ପରିଚୟ ବଦଳାଇ କାମ କରୁଛନ୍ତି। ଏହା ପରେ, ଆମେ ଏକ ଅପରେସନ କରି ଏହି ନକ୍ସଲ ମହିଳାଙ୍କୁ ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ
2 179 1741178274610

ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଅଦାଲତ ବୀର ସାବରକରଙ୍କ ଉପରେ ଟିପ୍ପଣୀକୁ ନେଇ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି । ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ଲଗାତାର ଶୁଣାଣିରେ ଗାଏବ ରହିବା କାରଣରୁ ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଛନ୍ତି । ଏହାସହ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଚେତାବନୀ ଦେଇଛନ୍ତି ଯେ ୨୦୨୫ ଏପ୍ରିଲ୍ ୧୪ରେ ରାହୁଲ ଗାନ୍ଧୀଙ୍କୁ ଯେକୌଣସି ପରିସ୍ଥିତିରେ ଉପସ୍ଥିତ ରହିବାକୁ ପଡ଼ିବ । ଯଦି […]

ସଂପୂର୍ଣ୍ଣ ପଢନ୍ତୁ
Ratna Bhandar E1691144350793 120

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବନାହିଁ

କଟକ: ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବଡ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାସ କମିସନ ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି । ମାର୍ଚ୍ଚ ୧୨ ତାରିଖରେ ମାମଲାର […]

ସଂପୂର୍ଣ୍ଣ ପଢନ୍ତୁ
0ivm0uxijj0ytjsymrkn

ବିଜେଡି ଯୁବନେତା ରାଜା ଚକ୍ରଙ୍କ ୧୦ଟି ହାଇୱା ଗାଡ଼ି ଜବତ କଲା ଇଓଡବ୍ଲୁ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ କୋଇଡ଼ାରେ ଚଢ଼ଉ ବେଳେ ଇଓଡବ୍ଲୁକୁ ବଡ଼ ସଫଳତା ମିଳିଛିl ଇଓଡବ୍ଲୁ ବିଜେଡି ଯୁବନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ୧୦ ଗୋଟି ହାଇୱା ଗାଡ଼ି ଜବତ କରିଛନ୍ତି। ସୂଚନା ଅନୁଯାୟୀ, ଇଓଡବ୍ଲୁ ଭୁବନେଶ୍ୱର କେ ଟିମ୍ ଖୋଳତାଡ଼ ଜାରି ରଖି କୋଇଡ଼ା ବାଇପାସ୍ ରୋଡ୍ ରୁ ୧୦ ଗୋଟି ହାଇୱା ଜବତ କରି କୋଇଡ଼ା ଥାନାରେ ହସ୍ତାନ୍ତର କରିଛନ୍ତି। ଦିନକୁ ଦିନ ଯେମିତି ତଦନ୍ତ ଆଗକୁ ବଢ଼ିବ ରାଜା […]

ସଂପୂର୍ଣ୍ଣ ପଢନ୍ତୁ
Naveen On Biju Babu 750x430

ପଞ୍ଚାୟତିରାଜ ଦିବସ ନେଇ ବର୍ଷିଲେ ନବୀନ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ଫରେଷ୍ଟ ପାର୍କରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପିତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ, ଆଜି ପଞ୍ଚାୟତିରାଜ ଦିବସ ନପାଳିବା ପାଇଁ, ବିଜେପି ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଓଡ଼ିଶାରେ କ୍ଷମତାକୁ […]

ସଂପୂର୍ଣ୍ଣ ପଢନ୍ତୁ
Enjyxmgkjta0a15m0q6o

ଭାରତୀୟ ଖାଦ୍ୟନିଗମର ଶ୍ରମିକ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରମାଣପୁର ସ୍ଥିତ ଆନ୍ଧ୍ରପଡ଼ାରେ ଜି.ସତ୍ୟନାରାୟଣଙ୍କ ବାସଭବନରେ ସକାଳ ୭ଟାରୁ ସିବିଆଇର ୧୦ ଜଣିଆ ଟିମ୍ ଦୁଇଟି ଗାଡ଼ିରେ ଆସି ଅଚାନକ ଚଢ଼ାଉ କରିଛନ୍ତି। ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ କରନ୍ତି। ଶ୍ରମିକମାନଙ୍କର ପାରିଶ୍ରମିକକୁ ଦେଉନଥିବା ନେଇ ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ହେଉଥିଲା। ଭାରତୀୟ ଖାଦ୍ୟନିଗମର ଶ୍ରମିକ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରହିଛି। ଜି.ସତ୍ୟନାରାୟଣ ଭାରତୀୟ ଖାଦ୍ୟନିଗମରେ ଶ୍ରମିକ ଠିକାଦାର ଭାବେ କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Tejas 700x430

ତେଜସ୍ ପାଇଁ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ବେଙ୍ଗାଲୁରୁସ୍ଥିତ ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ପାଇଁ ସ୍ୱଦେଶୀ ଅନ୍ ବୋର୍ଡ ଅମ୍ଳଜାନ ସୃଷ୍ଟିକାରୀ ବ୍ୟବସ୍ଥା ଉପରେ ଆଧାରିତ ସମନ୍ୱିତ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ କରିଛି। ସମନ୍ୱିତ ଜୀବନ ରକ୍ଷାକରି ବ୍ୟବସ୍ଥା ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ପାରମ୍ପରିକ ତରଳ ଅମ୍ଳଜାନ ସିଲିଣ୍ଡର ଆଧାରିତ ପ୍ରଣାଳୀ ଉପରେ ନିର୍ଭରଶୀଳତାକୁ ଦୂର […]

ସଂପୂର୍ଣ୍ଣ ପଢନ୍ତୁ
Meena 1

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଜଗନମୋହନ ମୀନା

ଭୁବନେଶ୍ବର: ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଏଥିସହିତ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନାଗୁଡିକୁ ସୁଦୃଢ଼ କରାଯିବ । ନବ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi

ବିଜୁଙ୍କ ସ୍ବପ୍ନ ସାକାର କରିବା ପାଇଁ ସରକାର ପଛଘୁଞ୍ଚା ଦେବେନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ବାବୁ ଓଡ଼ିଶାର ବରପୁତ୍ର ।  ଆଧୁନିକ ଓଡ଼ିଶାର ନିର୍ମାତା ।  ଓଡ଼ିଶାକୁ ପୁନର୍ଗଠନ କରିବା ସହ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଆଗକୁ ନେଇଥିଲେ ।  ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ ।  ବିଜୁ ବାବୁ ଯେଉଁ ଆଧୁନିକ ଓଡ଼ିଶାର ସ୍ବପ୍ନ ଦେଖିଥିଲେ, ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସରକାର ପଛାଇବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ […]

ସଂପୂର୍ଣ୍ଣ ପଢନ୍ତୁ