ଚିହ୍ନାପଡାର ମୁଖ୍ୟଗ୍ରାମ୍ୟରାସ୍ତା ଶୋଚନୀୟ : ପୁନଃନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ଝଙ୍କଡ଼ :   ତିର୍ତ୍ତୋଲ ବ୍ଲକ, କୋଷ୍ଟିମଲ୍ଲୀକାପୁର ପଞ୍ଚାୟତ ଅଧୀନ, ଛତ୍ରମଠ – ସାରୋଳ ଆର ଡି ରୋଡ଼ର ବଙ୍ଗାଳିସାହି ଛକରୁ ଆରମ୍ଭହୋଇଥିବା, ଚିହ୍ନାପଡା ଗ୍ରାମ୍ୟରାସ୍ତାଟି ବିଗତ ପନ୍ଦରବର୍ଷ ଧରି ମରାମତି ହୋଇନାହିଁ । ଏହି ଗ୍ରାମ୍ୟରାସ୍ତା ଉପରେ ପ୍ରତିଦିନ ଶତାଧିକ ଗ୍ରାମବାସୀ ଯାତାୟତ କରିଥାନ୍ତି । ତିର୍ତ୍ତୋଲ ବ୍ଲକ ପ୍ରଶାସନ ଅଧୀନ ରେ ଥିବା ଏହି ତିନିଶହ ପଚାଶ ମିଟର ରାସ୍ତାର ଉଭୟ ପାର୍ଶ୍ଵ ରେ କଂକ୍ରିଟ ଭାଙ୍ଗିଯାଇଥିବାରୁ, ଯାନବାହାନ ଗୁଡିକ ଯାତାୟତ କଲାବେଳେ ଲୋକମାନେ ନାହିଁନଥିବା […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ମେଧାପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ନେଇ ପ୍ରସ୍ତୁତି ଚୂଡାନ୍ତ

କଟକ : ଅଗ୍ରଣୀ ସାମାଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ବଟକୃଷ୍ଣ ମେମୋରିଆଲ ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ଉତ୍ସବ ଚଳିତ ମେ ମାସ ୨୭ ତାରିଖ ଦିନ ଅପରାହ୍ନ ଚାରି ଘଟିକା ସମୟରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ୪୨ ମୌଜା ବେଣ୍ଟକାର ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରତିଷ୍ଠାନ ସଭାପତି ତଥା ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ଆବାହକ […]

ସଂପୂର୍ଣ୍ଣ ପଢନ୍ତୁ

କନକପୁର ପୋଲିସଫାଣ୍ଡି, ଥାନାରେ ପରିଣତ ହେବ କେବେ ?

ଝଙ୍କଡ଼  :  ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର ପୋଲିସ ଫାଣ୍ଡି ବିଗତ 2002 ଅଗଷ୍ଟ ଏକତାରିଖରେ ଉଦଘାଟିତ ହୋଇଥିବା ବେଳେ ସେଇ ଏକାଦିନରେ ମାହାଙ୍ଗା ଭଦ୍ରେଶ୍ୱର ପୋଲିସଫାଣ୍ଡି ମଧ୍ୟ ଉଦଘାଟନ କରାଯାଇଥିଲା l ଲୋକସଂଖ୍ୟା, ତଥା ଆଠଗୋଟି ପଞ୍ଚାୟତ ର ବିସ୍ତୃତ ପରିସର ସହିତ, ଏହି ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠକୁ ପ୍ରତିଦିନ ସହସ୍ରାଧିକ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଆସିଥାନ୍ତି l ତେଣୁ ଏହି ଫାଣ୍ଡି କୁ ଏକ ଆଦର୍ଶଥାନାରେ ପରିଣତ କରିବାପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Cm Yogi

ରାସ୍ତା ଉପରେ ନମାଜ ପାଠକୁ ନେଇ ଯୋଗୀଙ୍କ ବୟାନ: ମସଜିଦରେ ଜାଗା ହେଉନାହିଁ ସିଫ୍ଟରେ ନମାଜ ପଢ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତା ଉପରେ ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଛନ୍ତି । ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ଭଲରେ ଭଲରେ ମାନିଗଲେ ଠିକ୍ ଅଛି, ନଚେତ ଅନ୍ୟ ବାଟ ଅଛି । ଯଦି […]

ସଂପୂର୍ଣ୍ଣ ପଢନ୍ତୁ

୫ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ, ବକେୟା ଦରମା ପାଇବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ।ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟସ୍ଥ ଚଡ଼େଇଗୁଆଁ ସ୍ଥିତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ଦାସଙ୍କୁ ଭିଜିଲାନ୍ସ ଧରିଛି। ଶ୍ରୀ ଦାସ ତାଙ୍କ ସେହି ସ୍କୁଲର ଜଣେ କର୍ମଚାରୀଙ୍କ ଠାରୁ ବକେୟା ଦରମା ପାଇବା ପାଇଁ ପଦକ୍ଷେପ ନେବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବା ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Bse

ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି, ମେ’ ୨୫ ଶେଷ ତାରିଖ

ଭୁବନେଶ୍ଵର:ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି। ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ସୋମବାର ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହୋଇଥିଲା। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ରୁ ୧୮ ପର୍ଯ୍ୟନ୍ତ ଚାଲିବା ନେଇ ନିଷ୍ପର୍ତ୍ତି କରାଯାଇଥିଲା। କିନ୍ତୁ ଏହାର ଅବଧି ମେ’ ୨୫ ତାରିଖ ବଢ଼ାଇଲା ବୋର୍ଡ। ଅନ୍‌ଲାଇନ ଜରିଆରେ […]

ସଂପୂର୍ଣ୍ଣ ପଢନ୍ତୁ

ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ, କହିଲେ ଗୁଜବ ହିଁ ସଂକଟ ଛିଡ଼ା କରିଦେଲା

ଭୁବନେଶ୍ୱର  : ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଅନୁ ଗର୍ଗ ।  ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି ।  ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି ।  ନିୟମିତ ସ୍ଥିତି ମନିଟର କରିବାକୁ ତୈଳ କଂପାନୀଙ୍କୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ ତେଲର ଅଭାବ ନଥିଲା । କିନ୍ତୁ ସହରାଞ୍ଚଳରେ ଲୋକଙ୍କ ପାନିକ୍ ବାୟିଂ ପ୍ରବୃତ୍ତି, ଗୁଜବ ଏବଂ ପ୍ରଶାସନିକ ସ୍ତରରେ ପରିଚାଳନାଗତ ତ୍ରୁଟି ହିଁ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ମହିଳା ଜନଆକ୍ରୋଶ ପ୍ରତିବାଦର ମଣ୍ଡଳ ସମ୍ମିଳନୀ

ଝଙ୍କଡ଼ :  ମହିଳା ମାନଙ୍କୁ ଜନଆକ୍ରୋଶ ହୋଇଥିବା ଘଟଣା ର ପ୍ରତିବାଦରେ ଗତ ସୋମବାର ଅପରାହ୍ନରେ, ସାରଳାମଣ୍ଡଳ ବିଜେପି ଶାଖା ତରଫରୁ ଏକ ବିଶାଳଶୋଭାଯାତ୍ରା, କନକପୁର ପଞ୍ଚାୟତ ସମ୍ମୁଖସ୍ଥ ବସନ୍ତବଗିଚା ଠାରୁ ବାହାରି ଶହଶହ ମହିଳା ସ୍ଲୋଗାନଦେଇ, ଏଠାରେ ପହଞ୍ଚିବା ପରେ, ସାରଳାପୀଠ ରେ ଆୟୋଜିତ ଏକ ସମ୍ମିଳନୀ ମଞ୍ଚରେ ଏକତ୍ରିତ ହୋଇଥିଲେ l ସାରଳାମଣ୍ଡଳ ବିଜେପି ସଭାପତି ଶୁଭ୍ରକାନ୍ତ ରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟକୃଷକମୋର୍ଚ୍ଚା ର ଉପସଭାପତି ଅଶୋକ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ଡିଜିପିଙ୍କ କଡ଼ା ଚେତାବନୀ, ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁଁ

ଭୁବନେଶ୍ୱର ୧୭।୦୫ : ଡିଜିପିଙ୍କ ଚେତାବନୀ । ପେସାଦର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଏପରି କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ଲକ୍‌ରେ ଏବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା : ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହେଲେ ବ୍ଲକ୍ ଚେୟାରମ୍ୟାନ୍

ଚୌଦ୍ବାର ୧୭।୫: ଗତ ଶୁକ୍ରବାର ଟାଙ୍ଗୀ ଚୌଦ୍ୱାର ବ୍ଲକରେ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ ଓ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅରିନ୍ଦମ୍ ରାୟ ବ୍ଲକ୍ ଭିତରେ କାର୍ଯ୍ୟରତ ଥିବା ବ୍ଲକ୍ ଏବିଡ଼ିଓ ଓ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଥିଲା l ଏହି ଘଟଣାକୁ ନେଇ ବ୍ଲକ୍ ଚେୟାରମ୍ୟାନ ମିନାକ୍ଷୀ ଦାସ ଥାନାରେ ଅଭିଯୋଗ କରିଛନ୍ତି । ଦୁଇ ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ