ଚିହ୍ନାପଡାର ମୁଖ୍ୟଗ୍ରାମ୍ୟରାସ୍ତା ଶୋଚନୀୟ : ପୁନଃନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ରାଜ୍ୟ
Spread the love

ଝଙ୍କଡ଼ :   ତିର୍ତ୍ତୋଲ ବ୍ଲକ, କୋଷ୍ଟିମଲ୍ଲୀକାପୁର ପଞ୍ଚାୟତ ଅଧୀନ, ଛତ୍ରମଠ – ସାରୋଳ ଆର ଡି ରୋଡ଼ର ବଙ୍ଗାଳିସାହି ଛକରୁ ଆରମ୍ଭହୋଇଥିବା, ଚିହ୍ନାପଡା ଗ୍ରାମ୍ୟରାସ୍ତାଟି ବିଗତ ପନ୍ଦରବର୍ଷ ଧରି ମରାମତି ହୋଇନାହିଁ । ଏହି ଗ୍ରାମ୍ୟରାସ୍ତା ଉପରେ ପ୍ରତିଦିନ ଶତାଧିକ ଗ୍ରାମବାସୀ ଯାତାୟତ କରିଥାନ୍ତି ।

ତିର୍ତ୍ତୋଲ ବ୍ଲକ ପ୍ରଶାସନ ଅଧୀନ ରେ ଥିବା ଏହି ତିନିଶହ ପଚାଶ ମିଟର ରାସ୍ତାର ଉଭୟ ପାର୍ଶ୍ଵ ରେ କଂକ୍ରିଟ ଭାଙ୍ଗିଯାଇଥିବାରୁ, ଯାନବାହାନ ଗୁଡିକ ଯାତାୟତ କଲାବେଳେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କ ରେ ଗ୍ରାମବାସୀ ମାନେ, ଅନଲାଇନ ମାଧ୍ୟମରେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ । ଏହି ରାସ୍ତାର ପୁନଃନିର୍ମାଣ ନିମନ୍ତେ ଗ୍ରାମବାସୀ ମାନେ ତିର୍ତ୍ତୋଲ ବ୍ଲକ ବିଡ଼ିଓ ଙ୍କୁ ମଧ୍ୟ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀ ମାନଙ୍କ ତରଫରୁ ଦୀପକ ବସ୍ତିଆ, ନିକୁଞ୍ଜ ଦାସ, ପ୍ରହଲ୍ଲାଦ ନାୟକ, ନଳିନୀ ପରିଡା, ଗୌରାଙ୍ଗ ଦାସ, ବିଜୟ ମଲ୍ଲିକ, ପ୍ରଭାତ ଦାଶ, ନିତ୍ୟାନନ୍ଦ ଦାଶ, ରବୀନ୍ଦ୍ର ମଲ୍ଲିକ ଓ ସନାତନ ମଲ୍ଲିକ ପ୍ରମ୍ମୁଖ ତୀବ୍ରଅସନ୍ତୋଷ ପ୍ରକାଶ କରିଛନ୍ତି ।

ତିର୍ତ୍ତୋଲ ବ୍ଲକ ପ୍ରଶାସନ ତରଫରୁ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦ୍ୱାରା, ରାସ୍ତାର ଦୁରବସ୍ଥା କୁ ଅନୁଧ୍ୟାନ କରାଯାଇ, ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *