ଜଳେଶ୍ବର ୨୯/୧୦: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍- ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର- ମୃତକ ହେଲେ ବସ ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍(୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ(୪୦) – ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ- ସମସ୍ତ ଗୁରୁତର ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି- ବସଟି ଢେଙ୍କାନାଳର ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା- ବସରେ ମୋଟ ୪୦ରୁ ଅଧିକ ଯାତ୍ରୀ ଥିଲେ
