ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଅପରାଧ ଜିଲା ଖବର ନବରଙ୍ଗପୁର ରାଜ୍ୟ
Spread the love

ଉମରକୋଟ, ୨୮/୧୦: ଜନ୍ମକଲା ପୁଅ ଭୁଲିଗଲା ମାନବିକତା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ବାପା ଶୋଇଥିବାବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତକ ସାଧୁ ରଜଗଣ୍ଡ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁର ସାଧୁ ରାଜଗଣ୍ଡ (୮୦ବର୍ଷ) ଘରେ ଶୋଇଥିବାବେଳେ ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ମାରଣାସ୍ତ୍ରରେ ସାଧୁ ରାଜଗଣ୍ଡଙ୍କ ଛାତି, ହାତ ଓ ଜଙ୍ଘରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲା । ଏହି ସମୟରେ ବାପା ସାଧୁ ଚିତ୍କାର କରିବାରୁ ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଥିଲା । ବାପାଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ଝିଅ ଲକ୍ଷ୍ମୀ ଦୁରୁଆ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପାଙ୍କୁ ତୁରନ୍ତ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *