ଆଜି ହେଉଛି ବିଶ୍ୱ ଶିକ୍ଷକ ଦିବସ

ଦେଶବିଦେଶ ଭୁବନେଶ୍ୱର ରାଜ୍ୟ
Spread the love

ନୂଆଦିଲ୍ଲୀ, ୫/୧୦: ଶିକ୍ଷକମାନଙ୍କର ସମାଜ ପ୍ରତି ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏଥିସକାଶେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ୧୯୯୪ରେ ଅକ୍ଟୋବର ୫ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବରେ ପାଳନ ଲାଗି ୟୁନେସ୍କୋ ଘୋଷଣା କରିଥିଲା। ପୃଥିବୀର ୧୦୦ ରୁ ଅଧିକ ଦେଶ ଉକ୍ତ ଦିନ ବିଶ୍ୱ ଶିକ୍ଷକ ଦିବସ ପାଳନ କରିଆସୁଛନ୍ତି। ଆମ ଦେଶରେ ମହାନ୍‌ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁ ଦିବସ ଭାବରେ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ବିଶ୍ୱ ଶିକ୍ଷକ ଦିବସ ଲାଗି ବିଷୟବସ୍ତୁ ରହିଛି ‘ଶିକ୍ଷାଦାନକୁ ଏକ ସହଯୋଗୀ ବୃତ୍ତି ଭାବରେ ପୁନଃ ସ୍ଥାପନ କରିବା’। ଏହା ଶିକ୍ଷକ, ଛାତ୍ର, ସମ୍ପ୍ରଦାୟ ଓ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ଦଳଗତ କାର୍ଯ୍ୟ ଏବଂ ସହଯୋଗର ଗୁରୁତ୍ୱକୁ ପ୍ରାଧାନ୍ୟ ଦିଏ, ଯାହାଦ୍ୱାରା ବୃତ୍ତିଗତ ଅଭିବୃଦ୍ଧି ଓ ଶିକ୍ଷାଗତ ଫଳାଫଳକୁ ଉନ୍ନତ କରାଯାଇପାରିବ।

Leave a Reply

Your email address will not be published. Required fields are marked *