ଝଙ୍କଡ଼, ୪/୧୦: ମହିୟସୀ ନାରୀନେତ୍ରୀ, ଅଗ୍ନିକନ୍ୟା ସରଳl ଦେବୀ ଙ୍କ ୩୯ ତମ ଶ୍ରାଦ୍ଧ ବାର୍ଷିକୀ, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ,ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ପରିଷଦ ର ସଭପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି , ସରଳl ଦେବୀ ନାରୀ ଜାଗରଣ ର କର୍ଣ୍ଣଧାର ଥିଲେବୋଲି କହିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କ୍ଷେତ୍ରମଣି ସାହୁ, ମୁଖ୍ୟଅତିଥି ଭାବେ ଯୋଗଦେଇ, ସ୍ବର୍ଗତ ସରଳl ଦେବୀ ଜଣେ ମହାନ ବିପ୍ଳବୀନି, ସମାଜ ସଂସ୍କାରକ ଓ ସର୍ବୋପରି ଜଣେ ଉଚ୍ଚ କୋଟୀର ସାରସ୍ୱତ ସାଧିକl ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଅନୁଷ୍ଠାନ ର ନିର୍ଦ୍ଦେଶକ ବିକ୍ରମ ଜେନା ଙ୍କ ସମେତ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷକ ଅଶୋକ କୁମାର ବେହେରା, ସମାଜସେବୀ ପ୍ରଶାନ୍ତ କୁମାର ପାଣି ଓ ଦେବାଶିଷ ଦାସ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରି , ସରଳା ଦେବୀ ଙ୍କ ସ୍ବରଚିତ ନିବଦ୍ଧ, ବିଶ୍ୱ ବିପ୍ଲବୀ , ଉତ୍କଳର ନାରୀ ସମସ୍ୟା ଓ ନାରୀର ଦାବୀ ଆଦି ବିଷୟରେ ନିଜନିଜର ତଥ୍ଯଭିତ୍ତିକ ଉପସ୍ଥାପନ କରିଥିଲେ । ପରି ଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
