ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ର ସହରହାଟ ରେ ତିର୍ତ୍ତୋଲବ୍ଲକ ସରପଞ୍ଚସଙ୍ଘ ର ସଭାପତି, ତିର୍ତ୍ତୋଲବ୍ଲକ କଂଗ୍ରେସ ର ସଭାପତି ତଥା ସ୍ଥାନୀୟ ସରପଞ୍ଚ ସଫି ଆଜମ୍ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଇଦ ମିଲାଦୁନ ନବୀ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ମୂଳିସିଂହ ର ସହରହାଟସ୍ଥିତ ମଦରସା ନିକଟରେ କୁନିକୁନି ପିଲାମାନଙ୍କ ଠାରୁ ଆରମ୍ଭକରି ସମସ୍ତ ଭାଇଭଉଣୀ ମାନେ ଗ୍ରାମ୍ୟପରିକ୍ରମା କରି ଶାନ୍ତିର ବାର୍ତ୍ତା ବାର୍ତ୍ତା ବଣ୍ଟିଥିଲେ l ପରେ ପରେ ଆୟୋଜିତ ଏକ ବିଶାଳ ସମାବେଶ ରେ ସଫି ଆଜମ୍, ତିର୍ତ୍ତୋଲବ୍ଲକ ର ସମସ୍ତ ମୁସଲିମ ଭାଇଭଉଣୀ ମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଅତ୍ମୀୟତା ବଜାୟ ରଖିବା ସହିତ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ସୁଦୃଢ କରିବାପାଇଁ ଏକାଠି ହେବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ l ବିଶେଷକରି ବିଭିନ୍ନସ୍ଥାନରେ ଵୃକ୍ଷରୋପଣ କରିବାନିମନ୍ତେ ଉପସ୍ଥିତ ଲୋକମାନଙ୍କୁ ଚାରାବଣ୍ଟନ ମଧ୍ୟ କରାଯାଇଥିଲା l
ଏଥିରେ ଦାଉଦ ଅଲି , ସବିର ଉଦ୍ଦିନ, ଅମୀର ଅଲିଖାଁ, ଆଜିଜ ଅଲି, ସାହିଦ ଆକ୍ରମ, ରମଜାନ ଅନସାରି, ଜାକିର ସାହା, ରଫିକ ଉଦ୍ଦିନ, ଅବଦୁଲ କାଦିର, ଇବ୍ରାହିମ ଖାଁ, ସମସାଦ ଖାଁ, ସାଜିଦ ଖାଁ, ଅବଦୁଲ ଜବାର, ଏମ ଡି ମୁସ୍ତାକିମ , ରହିମ ବକ୍ସ, ଶେଖ ଦିଲବର, ଶେଖ ଅହେମଦ , ଅବଦୁଲ ସେବାଜ ରିହାନ ଖାଁ, ଶେଖ ମୋଜାହିଦ, ପ୍ରମ୍ମୁଖ ଯୋଗଦେଇ ପରସ୍ପରକୁ ଆଲିଙ୍ଗନ ଓ କରମର୍ଦ୍ଦନ କରି ଭାଇଚାରା କୁ ସୁଦୃଢ କରିଥିଲେ l ସମିତିସଭ୍ୟ ରଞ୍ଜନ କୁମାର ସାହୁ, ଆଲୋକ ସାହୁ ଓ ଶୁଭେନ୍ଦୁ ମଲ୍ଲ ଙ୍କ ସମେତ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ଉପସ୍ଥିତ ରହି, କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l
