ଅଠେଇସି ବର୍ଷ ବୟସରେ ୨୫ ଥର ରକ୍ତଦାନ କରିଥିବା ଯୁବକ ଚର୍ଚ୍ଚାରେ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼,୪/୧୦: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧିନ ଗୋପାଳପୁର ପଞ୍ଚାୟତ, କୀର୍ତ୍ତନପୁର ଗ୍ରାମର ଯୁବ ପରିବେଶବିତ, ମାତ୍ର ୨୮ ବର୍ଷ ବୟସର ଯୁବକ ଶୁଭାଶିଷ ସ୍ଵାଇଁ, ରକ୍ତଦାନ ମହାପୁନ୍ୟ , ନୀତି କୁ ନିଜ ଜୀବନରେ ଅବଲମ୍ବନ କରି, ୨୫ ଥର ରକ୍ତଦାନ କରି, ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗତ ପବିତ୍ର ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଓ ବିଜୟା ଦଶମୀ ଦିନ,ଜଗତସିଂହପୁର ଇଚ୍ଛାପୁର ଅଞ୍ଚଳର ଜଣେ ମହିଳା ଙ୍କ ପାଇଁ ରକ୍ତଦାନ କରି ୨୫ ଥର ରକ୍ତଦାନ କରିଥିବା ବେଳେ ଆଗକୁ ୧୦୦ ଥର ରକ୍ତଦାନ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଅଛନ୍ତି। ତାଙ୍କର ଏହି ମହତ ରକ୍ତଦାନ ପାଇଁ,ଜଗତସିଂହପୁର ଜିଲ୍ଲାର ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ନାୟକ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ର ଉପସଭାପତି ଧନଞ୍ଜୟ ସୁତାର, ମୂଳିସିଂହ ସରପଞ୍ଚ ସଫି ଆଜା ମ୍ , ସମାଜସେବୀ ବ୍ରଜକିଶୋର ମଲ୍ଲିକ , ଯୁବନେତା ଦେବଦ୍ୟୁତି ପୃଷ୍ଟି ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରୀ ସ୍ଵାଇଁ ଙ୍କର ଏହି ମହନୀୟ କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *