Highcourt 750x430 1

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ:ହାଇକୋର୍ଟ

ରାଜ୍ୟ
Spread the love

କଟକ:ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ବିବାଦରେ ପଡିଥିଲେ ଦୁର୍ଗା ପ୍ରସାଦ।

କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନ୍ନା ମହାନ୍ତି ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ମୁନ୍ନା ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ ଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ ଦେବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ତହସିଲଦାର ପୁଲିସ ପାଖରେ ଅଭିଯୋଗ କରିଥିଲେ। ତେବେ କିଛି ଦିନ ହେଲା କଳାହାଣ୍ଡି ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଭୂବନେଶ୍ୱରରେ ଡେରା ପକେଇ ମୁନ୍ନା ମହାନ୍ତି ଉପରେ ନଜର ରଖିଥିଲେ।

Leave a Reply

Your email address will not be published. Required fields are marked *