ମହିଳା ସଂରକ୍ଷଣ ବିଲ୍,ସେତେବେଳେ ବିଜେପି ହିଁ ବିରୋଧ କରିଥିଲା: ପ୍ରିୟଙ୍କା

ଦେଶବିଦେଶ
Spread the love

ଭୁବନେଶ୍ଵର:ଲୋକସଭାରେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଆଗତ କରାଯାଇଛି। ଆଜି ଗୃହରେ ଭାଷଣ ଦେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ପଞ୍ଚାୟତ ଏବଂ ପୌରପାଳିକାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ବ୍ୟବସ୍ଥା ପ୍ରଥମେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ କଂଗ୍ରେସ ସରକାର ଏହି ଗୃହରେ ଆଗତ କରାଯାଇଥିଲା। ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଏହା ଉପରେ ଆଲୋଚନା କରିଥିଲେ କିନ୍ତୁ ସେତେବେଳେ କିଏ ଏହାକୁ ବିରୋଧ କରିଥିଲା ତାହା କହିଲେନି। ଦଳ ମହିଳା ସଂରକ୍ଷଣକୁ ସମର୍ଥନ କରେ କିନ୍ତୁ ଏହି ବିଲ୍ ଦ୍ବାରା ଭାରତୀୟ ଜନତା ପାର୍ଟି (ବିଜେପି) ର ରାଜନୀତିର ଗନ୍ଧ ଜଣାପହୁଛି। ସେ ଅଭିଯୋଗ କରିଛନ୍ତି ଯେ ଯଦି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହୁଏ, ତେବେ ଭାରତରେ ଗଣତନ୍ତ୍ର ଶେଷ ହୋଇଯିବ।
ପ୍ରିୟଙ୍କା କହିଛନ୍ତି, ମୁଁ ଏହି ବିଷୟରେ ଟିକିଏ ପୃଷ୍ଠଭୂମି କହିବାକୁ ଚାହେଁ। କାରଣ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏହାକୁ କିଏ ବନ୍ଦ କରିଥିଲା, ଏହାକୁ କିପରି ବନ୍ଦ କରାଯାଇଥିଲା ଏବଂ ଏହି ନିଷ୍ପତ୍ତିକୁ ୩୦ ବର୍ଷ ଧରି କିପରି ଲଟକାଇ ରଖାଯାଇଥିଲା ସେ ବିଷୟରେ ବହୁତ କିଛି କହିଥିଲେ। ଶାସକ ଦଳର ମୋର ସହକର୍ମୀ ଯଦିଓ ମୋ କଥା ପସନ୍ଦ କରିନପାରନ୍ତି, କିନ୍ତୁ ଐତିହାସିକ ପୃଷ୍ଠଭୂମି ହେଉଛି ଏହା ମଧ୍ୟ ନେହେରୁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। କିନ୍ତୁ ଚିନ୍ତା କରନ୍ତୁ ନାହିଁ, ଏ ସେହି ନେହେରୁ ନୁହଁନ୍ତି ଯାହାଙ୍କୁ ନେଇ ଆପଣ ଦ୍ବିଧା ପ୍ରକାଶ କରନ୍ତି। ସେ ହେଉଛନ୍ତି ତାଙ୍କ ବାପା ମୋତିଲାଲ ନେହେରୁ, ୧୯୨୮ ରେ ସେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ କଂଗ୍ରେସ କାର୍ଯ୍ୟ ସମିତି ଆଗରେ ଉପସ୍ଥାପିତ କରିଥିଲେ।
ଏଥିରେ ସେ ୧୯ଟି ମୌଳିକ ଅଧିକାର ତାଲିକାଭୁକ୍ତ କରିଥିଲେ। ୧୯୩୧ରେ, ସର୍ଦ୍ଦାର ପଟେଲଙ୍କ ଅଧ୍ୟକ୍ଷତାରେ କରାଚୀରେ ଏକ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେହି କରାଚୀ ଅଧିବେଶନରେ, ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଯାହା ଆମ ଦେଶର ରାଜନୀତିର ଏକ ଅଂଶ ଭାବରେ ମହିଳାମାନଙ୍କ ପାଇଁ ସମାନ ଅଧିକାରକୁ ଆରମ୍ଭ କରିଥିଲା। ସେହି ସମୟରେ, ଆମ ରାଜନୀତିରେ ‘ଏକ ଭୋଟ, ଏକ ନାଗରିକ ଏବଂ ଏକ ମୂଲ୍ୟ’ ନୀତି ମଧ୍ୟ ପ୍ରତିଷ୍ଠିତ ହୋଇଥିଲା। ଆମେରିକା ଭଳି ଦେଶରେ, ମହିଳାଙ୍କୁ ଏହି ଅଧିକାର ପାଇଁ ୧୫୦ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ସଂଘର୍ଷ କରିବାକୁ ପଡ଼ିଥିଲା। ଆମ ଦେଶର ରାଜନୈତିକ ବ୍ୟବସ୍ଥାରେ ମହିଳା ସଂରକ୍ଷଣକୁ ଲାଗୁ କରିବାରେ ବିଶ୍ବରେ ଏକ ଅଦ୍ଭୁତ ପଦକ୍ଷେପ ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *