ତିର୍ତ୍ତୋଲରେ ମହିଳା ଜନଆକ୍ରୋଶ ମଣ୍ଡଳ ସମ୍ମିଳନୀ

ରାଜ୍ୟ
Spread the love

ଝଙ୍କଡ :  ତିର୍ତ୍ତୋଲ ମଣ୍ଡଳ ବିଜେପି ତରଫରୁ ତିର୍ତ୍ତୋଲ ନେହେରୁ ବଜାର ଠାରେ ମହିଳା ଜନ ଆକ୍ରୋଶ ମଣ୍ଡଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଶୋଭାଯାତ୍ରାରେ ନିଶାମଣି ସରଣୀ ଠାରୁ ବାହାରି ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନେ ସ୍ଲୋଗାନ ଦେଇ ତିର୍ତ୍ତୋଲ ନେହେରୁ ବଜାର ଠାରେ ପହଞ୍ଚିଥିଲେ । ପରେ ତିର୍ତ୍ତୋଲ ମଣ୍ଡଳ ବିଜେପି ସଭାପତି ତ୍ରିନାଥ ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜନ ଆକ୍ରୋଶ ସଭାରେ ରାଜ୍ୟ କୃଷକମୋର୍ଚ୍ଚା ରଉପସଭାପତି ଅଶୋକ କୁମାର ମହାନ୍ତି, ଜିଲ୍ଲା ବିଜେପି ଉପସଭାପତି ରୂପକ ଖୁଣ୍ଟିଆ,ଜିଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ଦାଶ, ଶାରଳା ମଣ୍ଡଳ ସଭାପତି ଶୁଭ୍ରାକାନ୍ତ ରଣା,ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ସୁନନ୍ଦ ବିଶ୍ଵାଳ, ମଣ୍ଡଳ ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୌଦାମିନୀ ନାୟକ ପ୍ରମୁଖ ଯୋଗଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କ ସଶକ୍ତି କରଣ ପାଇଁ ସର୍ବଦା ଚେଷ୍ଟିତ ଥିବାବେଳେ କଂଗ୍ରେସ ଓ ବିଜେଡି ସାଂସଦ ମାନେ ଯେପରି ଭାବରେ ଲୋକସଭା ରେ ମହିଳା ସଂରକ୍ଷଣ ବିଲ କୁ ବିରୋଧ କଲେ ତାହାର ତୀବ୍ର ନିନ୍ଦା କରିବା ସହିତ କଟୁ ସମାଲୋଚନା କରିଥିଲେ l ସାଗର ଦାସ ଧନ୍ୟବାଦ୍ ଦେଇଥିଲେ ।

ଯଦୁମଣି ସାହୁ, ଇତିଶ୍ରୀ ପାତ୍ର, କ୍ଷତିଶ ଦାସ, ସୁଶୀଲ ସାହୁ, ସଞ୍ଜୟ କର, ଚିନ୍ତୁ ମହାପାତ୍ର, ସରୋଜିନୀ ଭୋଇ, ସୁଦୀପ୍ତ ନାଥ, ପ୍ରସନ୍ନ ଦାସ, ପବିତ୍ର ସେଠୀ, ଅଭୟ ମହାରଣା, ବିପ୍ଳବ ବେହେରା, ଲିନ୍ତୁ ମହାନ୍ତିଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ମହିଳା ସଂରକ୍ଷଣ କୁ ବିରୋଧ କରୁଥିବା ଇଣ୍ଡି ମେଣ୍ଟ ଓ ବିଜେଡି ନେତାଙ୍କ କୁଶପୁତ୍ତଲିକା ଦାହ କରାଯାଇଥିଲା । ମଣ୍ଡଳ ଅଧିନ ତିର୍ତ୍ତୋଲ, ତରଜଙ୍ଗା, ଓ ତେନ୍ତୁଳିପଦା ଗ୍ରାମପଞ୍ଚାୟତର ବିଜେପିର ମହିଳା କାର୍ଯ୍ୟକର୍ତ୍ତାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *