ଜାତୀୟ ମହିଳା କମିସନ ମୁଖ୍ୟ ଭାବେ ପରିଚୟ ଦେଉଥିବା ୨ ଠକ ଗିରଫ

ଅପରାଧ ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୫/୧୦: ଜାତୀୟ ସାମାଜିକ ନ୍ୟାୟ ମହିଳା ସଶକ୍ତିକରଣ ଆୟୋଗର ଅଧ୍ୟକ୍ଷା ବୋଲି କହି ଲୋକଙ୍କୁ ଠକୁଥିବା ଦୁଇ ଜଣ ଆନ୍ତଃରାଜ୍ୟ ଠକଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି।

ଭୁବନେଶ୍ୱରର ମୈତ୍ରୀବିହାର ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ହରିୟାଣାର ଚୌଧୁରୀ ରିଙ୍କୁ ସାଇନି ଏବଂ ମନିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଥିବା ଡିସିପି ଜଗମୋହନ ମୀନା ଏକ ପ୍ରେସ୍ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଡିସିପି ଜଗମୋହନ ମୀନାଙ୍କ ଅନୁଯାୟୀ, ଠକମାନେ ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ଏକ ତାରକା ହୋଟେଲରେ ରହିଥିଲେ ଏବଂ ଲୋକଙ୍କୁ ଠକିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ।ସେମାନେ କମିସନରେଟ୍ ପୁଲିସ ପାଖରେ ଏକ ନକଲି କାର୍ଯ୍ୟକ୍ରମ ଚିଠି ମଧ୍ୟ ଦାଖଲ କରିଥିଲେ ଯେଉଁଥିରେ ସୁରକ୍ଷା ଏସ୍କର୍ଟ ପାଇଁ ଅନୁରୋଧ କରାଯାଇଥିଲା, ଯାହା ସନ୍ଦେହ ସୃଷ୍ଟି କରିଥିଲା। ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜଣେ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ମିଛ ମହିଳା କମିସନଙ୍କ ବୋର୍ଡ ଲଗାଇ ଲୋକଙ୍କୁ ଠକି ଚାଲିଥିଲେ। ମୈତ୍ରୀ ବିହାର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ମିଛ ଲେଟର ଜରିଆରେ, ବହୁତ ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ଏବଂ କାମ କରାଇ ଦେବା ନାଁରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୁଟି ଚାଲିଥିଲେ। ହରିୟାଣା ପୁଲିସ ସହିତ ଯୋଗାଯୋଗ ପରେ, ପୁରା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ରବିବାର ସେମାନଙ୍କୁ ଗିରଫ କରାଯାଇଥିଲା।ଯେଉଁମାନେ ସେମାନଙ୍କ ଠକେଇର ଶିକାର ହୋଇଥିବେ ସେମାନଙ୍କୁ ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ପୁଲିସ କମିସନର ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *