ମହାରାଜା ଏକ୍ସପ୍ରେସ୍‌’ରେ ଆଜି ବୃନ୍ଦାବନ ପହଞ୍ଚିବେ ରାଷ୍ଟ୍ରପତି

ଦେଶବିଦେଶ ମୟୂରଭଂଜ ରାଜ୍ୟ
Spread the love

ନୂଆଦିଲ୍ଲୀ,୨୫/୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭାରତୀୟ ରେଳବାଇ ବିଶ୍ବର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍‌ ‘ଦି ମହାରାଜା ଏକ୍ସପ୍ରେସ୍‌’ରେ ଯାତ୍ରା କରିବା ବ୍ୟବସ୍ଥା କରିଛି। ଗୁରୁବାର ସକାଳେ ରାଷ୍ଟ୍ରପତି ମୁର୍ମୁ ଏହି ଟ୍ରେନ୍‌ରେ ନୂଆଦିଲ୍ଲୀର ସଫ୍‌ଦରଜଙ୍ଗ ରେଳ ଷ୍ଟେସନ୍‌ରୁ ମଥୁରା ନିକଟସ୍ଥ ବୃନ୍ଦାବନ ରୋଡ୍‌ ଷ୍ଟେସନକୁ ଯାତ୍ରା କରିବେ। ସଫ୍‌ଦରଜଙ୍ଗ ରେଳ ଷ୍ଟେସନ୍‌ରୁ ଟ୍ରେନ୍‌ ସକାଳ ୮ଟାରେ ଛାଡ଼ିବ ଏବଂ ଏହା ପୂର୍ବାହ୍ନ ୧୦ଟା ସୁଦ୍ଧା‌ ବୃନ୍ଦାବନ ରୋଡ୍‌ ଷ୍ଟେସନରେ ପହଞ୍ଚିବ।

ଆଇଆର୍‌ସିଟିସି (ରେଲୱେ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ୍‌) ଦ୍ବାରା ଶୀତଦିନରେ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ଏହି ଟ୍ରେନ୍‌କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ‘ପ୍ରେସିଡେଣ୍ଟ୍‌ ସ୍ପେସାଲ ଟ୍ରେନ୍‌’ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ଅଫିସ୍‌ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ଶ୍ରୀ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ କରିବେ ଓ ମଥୁରା ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିରରେ ମଧ୍ୟ ପୂଜା କରିବେ।

Leave a Reply

Your email address will not be published. Required fields are marked *