ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା: ଉନ୍ମୋଚିତ ହେଲା ସ୍ମରଣିକା ‘ମାଟିର ମଣିଷ’

ରାଜ୍ୟ
Spread the love

ମାହାଙ୍ଗା : ମାହାଙ୍ଗା ବ୍ଲକ ପଲ୍ଲୀସାହି ପଞ୍ଚାୟତ ଗୋପାଳପୁରଠାରେ ପ୍ରବୀଣ ଶିକ୍ଷାବିତ, ପୂର୍ବତନ ପ୍ରଧାନଶିକ୍ଷକ ତଥା ପ୍ରକୃତିମିତ୍ର ସ୍ୱର୍ଗତ ଚିତ୍ତରଞ୍ଜନ ରାଉତଙ୍କ ଦ୍ଵାଦଶାହ ତିଥି ଅବସରରେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାଉତଙ୍କୁ ଜଣେ ଜନପ୍ରିୟ ଶିକ୍ଷାବିତ ଓ ମୂଲ୍ୟବୋଧଭିତ୍ତିକ ମଣିଷ ଭାବେ ବର୍ଣ୍ଣନା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଜୟନ୍ତ କୁମାର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାନ୍ଧିବାଦୀ ନେତା ସରୋଜବନ୍ଧୁ ଦାଶ, ବିଜେପି ନେତା ସୁମନ୍ତ କୁମାର ଘଡେଇ, ବିଜେଡି ନେତା ଅମରେଶ ପାତ୍ରୀ ଓ କଂଗ୍ରେସ ନେତା ମାସୁଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ସ୍ୱର୍ଗତ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂକଳିତ ସ୍ମରଣିକା “ମାଟିର ମଣିଷ ଚିତ୍ତରଞ୍ଜନ” ଉନ୍ମୋଚିତ ହୋଇଥିଲା। ସଭାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ଶିକ୍ଷା ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସଦାସର୍ବଦା ଅମର ହୋଇ ରହିବ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଯୁଧିଷ୍ଠିର ଖଟୁଆ, କବି ଭକ୍ତ ଚରଣ ସାହୁ, ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ଡକ୍ଟର ଏକାଦଶୀ ପ୍ରଧାନ, ଶିକ୍ଷାବିତ ଜନାର୍ଦ୍ଦନ ରାଉତ, ଅଭୟ ଚରଣ ପଣ୍ଡା, ଭବାନୀପ୍ରସାଦ ପଣ୍ଡା, ପ୍ରାଧ୍ୟାପକ ଦାଶରଥି ସ୍ୱାଇଁ, କୃଷକ ନେତା ରାମଚନ୍ଦ୍ର ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ଅଭୟ ମହାରାଜ, ସରୋଜ କୁମାର ସାହୁ, କୈଳାସ ଚନ୍ଦ୍ର ବେହେରା, ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ, ଗଜେନ୍ଦ୍ର ସାହୁ, କବି ବିଷ୍ଣୁଚରଣ ମିଶ୍ର, ପ୍ରଶାନ୍ତ କୁମାର ରାଉତ, ବଳରାମ ପାତ୍ର, ଉପେନ୍ଦ୍ର ନାଥ ରଣା, କବି ପ୍ରଫୁଲ୍ଲ ସିଂ, ସାମ୍ବାଦିକ ଧନେଶ୍ୱର ସେଠୀ, ମନୋଜ ଆଚାର୍ଯ୍ୟ, ବିଜୟ କୁଅଁର, ସାହିତ୍ୟିକ ଚନ୍ଦ୍ରମଣି ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଦାସ, ଜଗବନ୍ଧୁ ସେଠୀ, ହୃଷିକେଶ ସ୍ୱାଇଁ, ଅରୁଣ ବାରିକ, ସ୍ୱାଧୀନ ମହାନ୍ତି, ହିମାଂଶୁ ଦାଶ, ଆଇନଜୀବୀ ଦୀପକ ମହାନ୍ତି ଓ ବିକାଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଶୋକ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ କୁମାର ସାହୁ, ପୂର୍ବତନ ଆୟକର କମିଶନର ଶୋଭନ କର ଏବଂ ଇଞ୍ଜିନିଅର ସହଦେବ ଖଟୁଆଙ୍କ ପକ୍ଷରୁ ପ୍ରେରିତ ଶୋକବାର୍ତ୍ତା ପାଠ କରାଯାଇଥିଲା।

ସଭା ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ହରିନାମ ସଂକୀର୍ତ୍ତନ ଓ ଭାଗବତ ପାଠ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଡକ୍ଟର ସତ୍ୟରଞ୍ଜନ ରାଉତ, ମୃଣ୍ମୟ ରାଉତ, ମୃତ୍ୟୁଞ୍ଜୟ ରାଉତ ଓ ରଶ୍ମିରଞ୍ଜନ ରାଉତ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *