Mobus

ଆମ ବସ ସେବାର କଳେବର ବଢିବ: ବଜେଟରେ ୪୨୧କୋଟି ଟଙ୍କାର ବ୍ୟୟବରାଦ

ରାଜ୍ୟ
Spread the love

ଭୁବନେଶ୍ୱର: ରାଜ୍ୟରେ ବଢିବ ଆମ ବସ୍‌ ସେବାର କଳେବର । ଆଉ ୬୦୦ ଇ-ବସ୍‌ କିଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପିଏମ୍‌ ଇ-ବସ୍‌ ସେବା ଯୋଜନାରେ ରାଜ୍ୟକୁ ଆସିବ ଆଉ ୪୦୦ ଇ-ବସ୍‌ । ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ବଜେଟକୁ ପରିବର୍ତ୍ତନକାରୀ ଏବଂ ଭବିଷ୍ୟତମୁଖୀ ବୋଲି କହି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, “ସହରୀ ଗତିଶୀଳତା ପାଇଁ ୪୨୧ କୋଟି ବ୍ୟୟବରାଦ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମ ବସ୍ ପୂର୍ବରୁ ଓଡ଼ିଶାରେ ସାଧାରଣ ପରିବହନକୁ ପୁନଃପରିଭାଷିତ କରିସାରିଛି, ଏବଂ ଏହି ସମ୍ପ୍ରସାରଣ ଏହାକୁ ପରବର୍ତ୍ତୀ ସ୍ତରକୁ ନେଇଯିବ। ବୈଦ୍ୟୁତିକ ବସ୍‌ଗୁଡ଼ିକୁ ବୃଦ୍ଧି କରି ଏବଂ ସମନ୍ୱିତ ଗତିଶୀଳତା ସମାଧାନକୁ ସୁଦୃଢ଼ କରି, ଆମେ କେବଳ ସଂଯୋଗୀକରଣକୁ ଉନ୍ନତ କରୁନାହୁଁ ବରଂ ଭବିଷ୍ୟତ ପାଇଁ ସ୍ୱଚ୍ଛ, ସବୁଜ ଏବଂ ଅଧିକ ଅନ୍ତର୍ଭୁକ୍ତ ସହର ନିର୍ମାଣ କରୁଛୁ।”

Leave a Reply

Your email address will not be published. Required fields are marked *