Af54bd4a 1e41 4dd1 9a83 192eea60ec4b

ଝଙ୍କଡ଼ର ବିଭିନ୍ନ ସ୍ଥାନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ରାଜ୍ୟ
Share

ଜଗତସିଂହପୁର/ ଝଙ୍କଡ଼ :  ପବିତ୍ର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ, ସମଗ୍ର ଝଙ୍କଡ଼ ପ୍ରଗଣା ଚଳଚଞ୍ଚଳ ହୋଇ ଉଠିଥିଲା। ବିଭିନ୍ନ ମଠ, ମନ୍ଦିର ଠାରୁ ଆରମ୍ଭକରି ସମସ୍ତ ଶିକ୍ଷାନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ, କ୍ଲବ୍, ପାଠାଗାର, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ , ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଝଙ୍କଡ଼ ସାରଳାପୀଠ, ସାରଦା ଏକାଡେମୀ କନକ ପୁର, ମୁଳିସିଂହ ସରକାରୀ ହାଇସ୍କୁଲ , ରସୁଲ୍ପୁପୁର ଅବ୍ ଦୁଲ ରହିମ ହାଇସ୍କୁଲ , ସଅଁରା ହାଇସ୍କୁଲ, ଗୋପାଳପୁର ବାଟମଙ୍ଗଳା ହାଇସ୍କୁଲ , ମହିଲୋ ହାଇସ୍କୁଲ, ଉତ୍କଳ ଭାରତୀ ମହାବିଦ୍ୟାଳୟ , କଟରା ରାଧାକାନ୍ତ ବିଦ୍ୟାପୀଠ , ବଡିଜଘଙ୍ଗା  ସତ୍ୟନାରାୟଣ ହାଇ ସ୍କୁଲ , କୋଷ୍ଠିମଲ୍ଲିକାପୁର ଇଛାବିହାରୀ ବିଦ୍ୟା ମନ୍ଦିର , ଗୋବିନ୍ଦପୁର ସ୍ବାମୀ ବିବେକାନନ୍ଦ ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ସମେତ ମହନପୁର ରବୀନ୍ଦ୍ର ପାଠାଗାର, ଛତ୍ରମଠ ସରସ୍ଵତୀ ଵିଦ୍ୟାମନ୍ଦିର ରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜାତୀୟପତାକା କରିଥିବା ବେଳେ, ମିଷ୍ଠାନ ବଣ୍ଟନ , ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ରେ ଗ୍ରାମ୍ୟପରିକ୍ରମା ଆଦି ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *