8bf9cf69 382a 481f Acb1 0816103a517e

ଜାମିଆ ଅଲ୍ ହବିବ ମଦ୍ରସା ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ରାଜ୍ୟ
Share

ଜଗତସିଂହପୁର/ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରି ତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଜାମିଆ ଅଲ୍ ହବିବି, ମଦ୍ରସା ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  ଅନୁଷ୍ଠାନର କର୍ମକର୍ତ୍ତା ଶେଖ୍ ଅକିକ୍ ଉଦ୍ଦିନ , ଜାତୀୟ ପତାକା ଉତ୍ତୋଳନ କରିବା ପରେ ବିଦ୍ୟାର୍ଥିମାନେ, ଜାତୀୟସଙ୍ଗୀତ ଓ ସାରେ ଜହାଁ ସେ ଆଛା, ହିନ୍ଦୁସ୍ଥାନ ହମାରା ଆଦି ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥଲେ। ଗଣତନ୍ତ୍ର ଦିବସର ଗୁରୁତ୍ୱ, ଦେଶରେ ଶାନ୍ତି ମୈତ୍ରୀ ସଂହତି ଓ ସାମ୍ପ୍ରଦାୟିକ ସଦଭାବନା ସହିତ ଜାତୀୟ ଏକତା ରକ୍ଷା, ଭାଇଚାରା କୁ ବଜାୟ ରଖିବା ପାଇଁ ଭାରତୀୟ ସମ୍ବିଧାନ ର ଅନୁଶୀଳନ ର ଆବଶ୍ୟକତା, ଉପରେ ଆଧାରିତ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା, ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ, ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା, ପ୍ରମାଣ ପତ୍ର , ଶିଲ , କପ୍ ଟ୍ରଫି ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା ।

40cf0b70 141a 4693 Bf71 485a7fffc67f

ଏଥି ନିମନ୍ତେ ଆୟୋଜିତ ସଭାରେ ସାମ୍ୱାଦିକ ରମାକାନ୍ତ ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚଅଭିଳାଷ ରଖି ବଡ ମଣିଷ ଓ ଭଲମଣିଷ ହେବାପାଇଁ, ମହାପୁରୁଷ ମାନଙ୍କ ଉକ୍ତି ମାଧ୍ୟମରେ ପରାମର୍ଶ ଦେଇଥିଲେ , ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ, ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନା ଶେଖ୍ ରିଆଜତ୍ ହୁସେନ ଅଜହରି , ସାଧାରଣତନ୍ତ୍ର ଦିବସରେ, ଗୋଟିଏ ତ୍ରିରଙ୍ଗା ପତାକା ତଳେ, ଆମେ ସମସ୍ତେ ଏକାଠି ମିଳିମିଶି ଦେଶକୁ ସୁଖ ସମୃଦ୍ଧି ଓ ବିକାଶ ପଥରେ ଆଗେଇ ନେବା ପାଇଁ ଆହ୍ଵାନ ଦେଇଥିଲେ। ଟେବେ ଏହି ଜାତୀୟଉତ୍ସବ ପାଳନ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଛାତ୍ର, ଅବିଭାବକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଦେଶପ୍ରେମୀ, ଚିନ୍ତାଶୀଳ, ବୁଦ୍ଧିଜୀବି ଓ ଶିକ୍ଷାବିତ୍ ମାନେ ସକ୍ରିୟ ଅଂଶ ଗ୍ରହଣ କରି , ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ଏହି ଆଦର୍ଶ ଆବାସିକ ବିଦ୍ୟାଳୟ ରେ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟ ମାନଙ୍କରୁ ଛାତ୍ର ମାନେ, ଅଧ୍ୟୟନ କରି, ସମାଜର ବିଭିନ୍ନକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *