ମାହାଙ୍ଗା, ୮ /୧୧: ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦୁଆବ ଅଂଚଳର ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୮ ମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସୂର୍ଯ୍ୟପୂଜା,ଅଗ୍ନିପୂଜା, ଗୋ-ପୂଜା,କଳସ ଶୋଭାଯାତ୍ରା,ନଗର କୀର୍ତ୍ତନ, ଭଜନ ସମାରୋହ, ସମ୍ବର୍ଦ୍ଧନା ଏବଂ ହରିହାଟରେ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ଦେଖିବାକୁ ମିଳିଥିଲା l ସୁଦୂର ଫୁଲୁବାଣୀ ଅଂଚଳର ଆସିଥିବା “ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ” ପକ୍ଷରୁ ଭଜନ ସମାରୋହ ପରିବେଷଣ କରାଯାଇଥିଲା l ସୁନାମଧନ୍ୟ ସଂଗୀତକାର, ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଲକ୍ଷ୍ମୀ ନାରାୟଣ ପୁରୋହିତ ଓ ତାଙ୍କ ସହଯୋଗୀ କଳାକାର ମାନେ ଭଜନ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଅନନ୍ତ କିଶୋର ସାହୁ,ଶଙ୍କର୍ଷଣ ସାହୁ, ଗଣେଶ ବେହାରୀ, କ୍ଷୀରୋଦ ବେହାରୀ, ରଞ୍ଜନ ପୃଷ୍ଟି, ସନାତନ ସାହୁ, ଅଭିମନ୍ୟୁ ସାହୁ, ଭ୍ରମରବର ସାହୁ, କାର୍ତ୍ତିକ ବେହାରୀ,ନଙ୍ଗୁଳି ବିହାରୀ, ମଦନ ବେହାରୀ,ନିରଞ୍ଜନ ବେହାରୀ,ଗୋବିନ୍ଦ ସାହୁ, ସୁକାନ୍ତ ପୃଷ୍ଟି, ଗୌତମ ପୃଷ୍ଟି, ଲକ୍ଷ୍ମୀକାନ୍ତ ପୃଷ୍ଟି,ବିଜୟ କୁମାର ପୃଷ୍ଟି,ବିମ୍ବାଧର ସାହୁ, ପ୍ରମୁଖ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉତ୍ସବ ପରିଚାଳନା କରିଥିଲେ l ବହୁ ଶ୍ରଦ୍ଧାଳୁ,ବୁଦ୍ଧିଜୀବୀ, ଜନ ପ୍ରତିନିଧି,ସମାଜସେବୀ ମାନେ ଏହି ଉତ୍ସବରେ ସାମିଲ ହୋଇ ଶ୍ରୀ ଶ୍ରୀ ବାନା ବଟେଶ୍ୱର ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l
