କିଡିନି ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ବେଛାସେବୀ ଅନୁଷ୍ଠାନ

କଟକ ଜିଲା ଖବର ରାଜ୍ୟ
Spread the love

ସାଲେପୁର, ୮/୧୧: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ କୁସକଣ୍ଟା ଗ୍ରାମର ବାବୁଲି ଦାସ ଜଣେ କ୍ଷୁଦ୍ର ଚାଷୀ ଓ ମୁଲିଆ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ,ତାଙ୍କ ପୁଅ କିଡିନି ରୋଗରେ ଆକ୍ରାନ୍ତ ହୋଇପଡିଛନ୍ତି l

ବାବୁଲିଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ବାବୁଲି ଦାସ ଜଣେ ମୁଲିଆ ଭାବେ କାମକରି ଦୁଃଖ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ l ତେବେ ଏହି ଗରୀବ ପରିବାର ଚଳିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ହଠାତ ତାଙ୍କ ମଧ୍ୟମ ପୁତ୍ର ଚନ୍ଦନ ଦାସଙ୍କ ଦୁଇଟି କିଡିନି ନଷ୍ଟ ହୋଇଯାଇଥିବା ଡାକ୍ତର ପରୀକ୍ଷା ପରେ ଜଣାପଡିଥିଲା। ପୁଅର ଏହି ରୋଗର ଚିକିତ୍ସା କରିବା ପାଇଁ ବାପାଙ୍କ ହାତରେ ଆବଶ୍ୟକୀୟ ଅର୍ଥ ନାହିଁ l ରୋଗର ଚିକିତ୍ସା ବ୍ୟୟ ବହୁଳ ହେବାରୁ ପରିବାର ପାଇଁ ଏହା ବହନ କରିବା ମଧ୍ୟ କଷ୍ଟସାଧ୍ୟ ଅଟେ।ଏହି ଖବର ପାଇବା ମାତ୍ରେ ମାହାଙ୍ଗା ଅଞ୍ଚଳର ଏକ ଧର୍ମସଂସ୍କୃତି ଓ ସାମାଜିକ ଅନୁଷ୍ଠିତ ‘ଭରଷା ‍ସମାଜ ସେଵକ ସଙ୍ଗଠନ”ର ସହୃଦୟ ସଦସ୍ୟ ମାନେ ବାବୁଲିଙ୍କ ଘରେ ପହଞ୍ଚି , ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇଥିଲେ l ସେମାନେ ଚନ୍ଦନ କୁମାର ଦାସଙ୍କ ଆରୋଗ୍ୟ ପାଇଁ ଯତ କିଂଚିତ ସହାୟତା ରାଶି ପ୍ରଦାନ କରିଥିବାରୁ ଏହାକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ ।

ସଂଗଠନର ବରିଷ୍ଠ ପରାମର୍ଶ ଦାତା ବଟକୃଷ୍ଣ ସାହୁ,ନଳିନୀ କାନ୍ତ ମହାନ୍ତି, ସଭାପତି ଅରୁଣ କୁମାର ରାଉତରାୟ, ଉପସଭାପତି ସରୋଜ କୁମାର ସାହୁ, ସାଧାରଣ ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତି, ଯୋଗେନ୍ଦ୍ର କୁମାର ସାହୁ, ଗଣେଶ୍ଵର ଯେନା ଓ ସୁଧାଂଶୁ ଶେଖର ସାହୁ ପ୍ରମୁଖ ଚନ୍ଦନ ଙ୍କ ବିପଦ ବେଳେ ସହାୟତା ପାଇଁ ଆଗେଇ ଏଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ l

Leave a Reply

Your email address will not be published. Required fields are marked *