କାମାକ୍ଷାନଗର, ୮/୧୧: ଢେଙ୍କାନାଳଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ନିକଟରେ OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା l ଏହାଫଳରେ ତିନି ବସ ଯାତ୍ରୀ ଗୁରୁତର ଥିବାବେଳେ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବାର ଜଣାଯାଇଛି l
ସୂଚନା ଅନୁସାରେ, ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ଆଜି ରାତି ପ୍ରାୟ ତିନିଟା ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ଭୟଙ୍କର ହୋଇଥିବା ବେଳେ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ତେଣେ ବସର ସାମ୍ନା ମଧ୍ୟ ଭାଙ୍ଗିରୁଜି ଯାଇଛିl ତେବେ ଦୁର୍ଘଟଣା ଫଳରେ ବସରେ ଥିବା ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି l
