ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ବିରିତୋଳ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ, ସଅଁରା, ସମବାୟ ବ୍ୟାଙ୍କ ସମ୍ମୁଖରେ ୭୬ ତମ ସାଧାରଣତନ୍ତ୍ର ଦିବସ ଗତ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତିର ସଭାପତି ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ, ଜାତୀୟପତାକା ଉତ୍ତୋଳନ କରିବା ପରେ, ସମବେତ ଜାତୀୟସଙ୍ଗୀତ ଗାନ କରାଯାଇଥିଲା।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶରତ ଚନ୍ଦ୍ର ମହାନ୍ତି , ପୁର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି , ପ୍ରତାପ ଚନ୍ଦ୍ର ପ୍ରଧାନ , ଚିନ୍ମୟ କୁମାର ବଳ , ମିନତୀ ଦଳାଇ , ଅଞ୍ଜନା ନାୟକ , ଅକ୍ଷୟ କୁମାର ମହାନ୍ତି , ଶଶିଭୂଷଣ ଷଡ଼ଙ୍ଗୀ , ସୁନାକର ପରିଡ଼ା, ବିଜୟ କୁମାର ନାୟକ, ଅମରଜ୍ୟୋତି ସାହୁ ଓ ପ୍ରଭାକର ବାରିକ ପ୍ରମୁଖ ଯୋଗଦେଇ, ସାମ୍ବିଧାନିକ ବିଧିବ୍ୟବସ୍ଥା ର ଆବଶ୍ୟକତା ଓ ଉପାଦେୟତା ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସଅଁରା ପ୍ରାଥମିକ ରୁ ହାଇ ସ୍କୁଲ ପର୍ଯ୍ୟନ୍ତ, ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ , ସୋସାଇଟି ର ସଭାପତି ଶ୍ରୀ ଦାସ ବିସ୍କୁଟ ବଣ୍ଟନ କରିଥଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଅସିତ୍ କୁମାର ସ୍ବାଇଁ (ଜଗା) ଙ୍କ ସମେତ ସମବାୟ ସମିତି ର କର୍ମକର୍ତ୍ତା ଓ ସଦସ୍ୟ ମାନେ,ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
