ଜଗତସିଂହପୁର/ଝଙ୍କଡ଼ : ଜଗତସିଂହପୁର ଜିଲ୍ଲାର ନୂତନ ସଭାପତି ଭାବେ, ସମସ୍ତ ମଣ୍ଡଳ ସଭାପତି ଙ୍କ ନିଷ୍ପତି ଓ ସର୍ଵସମ୍ମତିକ୍ରମେ, କ୍ରାନ୍ତିକାରୀ ସଂଗ୍ରାମୀ ନେତା ତଥା ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ ଚନ୍ଦ୍ର ମିଶ୍ର ଙ୍କୁ ମନୋନୀତ କରିବା ପରେ, ଗତ ଶନିବାର ସନ୍ଧ୍ୟାରେ, ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ, ପୂଜାର୍ଚ୍ଚନା କରି, ମାଆଙ୍କ ଆଶିର୍ବାଦ ଭିକ୍ଷା କରିବାକୁ, ଏଠାରେ ପହଞ୍ଚିବା ପରେ, ତାଙ୍କୁ ଦଳୀୟ ସମର୍ଥକ ମାନେ, ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ। ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ବେଢ଼ା ପରିକ୍ରମା କରିଥଲେ। ପରେ ପରେ ସେବାୟତ ମଣ୍ଡପରେ ତାଙ୍କୁ ମାଆଙ୍କ ଉତ୍ତରୀୟ , ପ୍ରସାଦ ଓ ଆଜ୍ଞାମାଳ ଅର୍ପଣ କରି, ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥଲେ।

ଏହି ଅବସରରେ ମନ୍ଦିରର ନବୀକରଣ କାର୍ଯ୍ୟ ରେ ମନ୍ଥରତା ଓ ଅନିୟମିତା ବିଷୟରେ ମଧ୍ୟ ପଣ୍ଡା ସେବକ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କୁ ଅବଗତ କରାଇଥିଲେ। ଏ ବିଷୟରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ, ଏହାର ସମାଧାନ ପାଇଁ ଚେଷ୍ଟl କରିବେ ବୋଲି କହିଥିଲେ। ତାଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରାଜକିଶୋର ବେହେରା, ସାରଳାମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା , କନକପୁର ସରପଞ୍ଚ ରେବତୀ ମହାନ୍ତି , ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ସମେତ ସ୍ବରାଜ ସାମଲ , ଭୁବନମୋହନ ଜେନା , ଗୌତମ ନାୟକ , ସୁନନ୍ଦ୍ ବିଶ୍ବାଳ , ଜ୍ୟୋତିରଞ୍ଜନ ସାହୁ , ଗଗନ ବିଶ୍ବାଳ , ତ୍ରିନାଥ ବାରିକ , ସୁବାସ ଚନ୍ଦ୍ର ଜେନା , ବୈଦ୍ୟନାଥ ବେହେରା , ଅଶୋକ ମହାରଣା , ରୂପକ ଖୁଣ୍ଟିଆ, ପ୍ରକାଶ ଚନ୍ଦ୍ର ସିଂହ , ରୁଦ୍ରପ୍ରସାଦ ରାଉଳ, ପ୍ରତାପ ଚନ୍ଦ୍ର ନାୟକ, ବିଧାନ ଚନ୍ଦ୍ର ପରିଡା , ରଞ୍ଜନ ସାହୁ , ଯୁବରାଜ ଖୁଣ୍ଟିଆ, ଆନନ୍ଦ ମହାନ୍ତି ଓ ଅଗ୍ନିକାନ୍ତ ସାହୁ ପ୍ରମୁଖ ବିଭିନ୍ନ ମଣ୍ଡଳର ମଣ୍ଡଳ ସଭାପତି ଓ ଆଗଧାଡ଼ିର ଛାମୁଆ ନେତ୍ରୁବୃନ୍ଦ, ଶତାଧିକ ଦଳୀୟ ସମର୍ଥକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଥିବାର ଦେଖିବାକୁ ମିଳିଥିଲା।
